‘ଅପସରି ଯାଇଥିବା ସ୍ମୃତିକୁ ଉଜ୍ୱୀବିତ କରେ ବନ୍ଧୁମିଳନ’
ରାଉରକେଲା /ସାରନଗରୀ,(ବସନ୍ତ କୁମାର ଜେନା): ବ୍ୟକ୍ତି ସଂସାରର ସବୁଠୁ ଭଲ ବନ୍ଧୁ । ସହପାଠୀଙ୍କ ଦରକାର ସମୟରେ ସହଯୋଗର ହାତ ବଢାଇବାକୁ ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ ଦାର୍ଜିଂ (ଆଇବି) ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି । ଏହି ଅବସରରରେ ଅନୁଷ୍ଠାନର ଶିକ୍ଷକ,କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟା ଷ୍ଟଡ଼ି ପଏଂଟର ଚନ୍ଦ୍ର ଶେଖର ମୁନୀ,ଅଧ୍ୟାପକ ସୁନୀଲ ସାମଲ,ଅଧ୍ୟାପକ ବସନ୍ତ ଦାସ,ଅଧ୍ୟାପକ ଅଭିଜିତ ଜେନା,ସ୍ନେହାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ମ୍ୟୁଜିକ ଚେୟାର,କୁଇଜ,ନାଚ,ଗୀତ,ଖେଳର ଆୟୋଜନ କରାଯାଇଥିଲ।। ଛାତ୍ରଛାତ୍ରୀ ଏହି ଅବସରରରେ ଯୋଗ ଦେଇ ସଙ୍ଗୀତ ଓ ନାଚ ପରିବେଷଣ ପୂର୍ବକ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ସ୍ୱଛ ଭାରତ ଅଭିଯାନ,ରକ୍ତଦାନ ଶିବିର ଆଦି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ଫତି ନିଆଯାଇଥିଲ।। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ ,ସେକ୍ଟର ୨୨ଏମ୍ପେ୍ଲାଇଜ ୱେଲଫେୟାର ଟ୍ରଷ୍ଠର ସଦସ୍ୟ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।