ଉତ୍କଳର ବରପୁତ୍ର ତଥା ଭୂମି ଓ ଭାଷା ଆନ୍ଦୋଳନର ଜଣେ ପ୍ରମୁଖ ପ୍ରତିଷ୍ଠାତା ବାଗ୍ମୀ ବିଶ୍ଵନାଥ କରଙ୍କ ୧୫୯ ତମ ଜୟନ୍ତୀ ପାଳିତ
(ମାହାଙ୍ଗା-ଶାସକ ପ୍ରଶାସକ): ରବିବାର ଦିନ ମାହାଙ୍ଗା ବ୍ଲକ ମୂଳବସନ୍ତ ବାଗ୍ମୀ ବିଶ୍ୱନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳର ବରପୁତ୍ର ତଥା ଭୂମି ଓ ଭାଷା ଆନ୍ଦୋଳନର ଜଣେ ପ୍ରମୁଖ ପ୍ରତିଷ୍ଠାତା ସ୍ବର୍ଗତ ବାଗ୍ମୀ ବିଶ୍ଵନାଥ କରଙ୍କର ୧୫୯ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ସଭାପତିତ୍ବ ରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଓଡିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଯୋଗଦାନ କରି ପ୍ରକାଶ କରିଥିଲେ କି ବାଗ୍ମୀ ବିଶ୍ୱନାଥ କର ଜଣେ ଓଡ଼ିଆ ସମାଜ ସଂସ୍କାରକ, ସଂପାଦକ, ପ୍ରାବନ୍ଧକ, ବାଗ୍ମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ, ସେ ‘ଉତ୍କଳ ସାହିତ୍ୟ’ ପତ୍ରିକାର ସମ୍ପାଦକ ଥିଲେ । ସେ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ଓ ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରି ଭାଷା ସାହିତ୍ୟକୁ ବେଶ ରୁଦ୍ଧିମନ୍ତ କରିପାରିଥିଲେ, ତତ୍କାଳୀନ ବ୍ରିଟିଶ ସରକାରଙ୍କ ଠାରୁ ସେ “ରାୟ ବାହାଦୁର” ଉପାଧୀ ପ୍ରାପ୍ତ ହୋଇ ତାହାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି ବୋଲି ମତପ୍ରକାଶ କରିବା ସହିତ ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ ରେ ଏହି ସ୍ୱାଭିମାନୀ ସାହିତ୍ୟ ସମ୍ପର୍ଣ୍ଣ ମାହାଙ୍ଗା ମାଟିରେ ପୂଜ୍ୟ ପୂଜାକୁ ଉଜ୍ଜୀବିତ ରଖିବା ପାଇଁ ଏ ଯେଉଁ ପ୍ରୟାସ ଜାରି ରହିଛି ତାହା ଅତ୍ୟନ୍ତ ଉଚ୍ଚକୋଟିର ବୋଲି ମତପ୍ରକାଶ କରିଥିଲେ l ସେହିପରି ଭାବେ ବିଧାୟକ ପ୍ରତାପ ଜେନା ପ୍ରକାଶ କରିଥିଲେ କି ବାଗ୍ମୀ ବିଶ୍ଵନାଥ କର ଆମ ମାହାଙ୍ଗା ସମେତ ସମଗ୍ର ଭାରତବର୍ଷ ପାଇଁ ଗର୍ବ ଏବଂ ଗୌରବ l ତାଙ୍କର ‘ବିବିଧା ପ୍ରବନ୍ଧ’ ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ସଂକଳନ ଗୁଡିକ ଆମ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧି କରିବାରେ ବେଶ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି ବୋଲି ମତପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ଦୀପା ମଲ୍ଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲା ପରିଷଦ ମୁର୍ସିଦ୍ ରିଆଜୁଲ ହୋଦା, ସୁସ୍ମିତା ଦାସ, ସରପଞ୍ଚ ଅନ୍ନପୂର୍ଣ୍ଣା କର, ପ୍ରଧାନଶିକ୍ଷକ ବିଶ୍ୱଜିତ ସେଠୀ, ସମିତିସଭ୍ୟା ସଂଗୀତା ମହାନ୍ତି ଙ୍କ ସମେତ ବହୁ ବିଶିଷ୍ଟ ଅତିଥି ବୃନ୍ଦ ଯୋଗଦାନ କରିଥିଲେ l ମୁଖ୍ୟଅତିଥି ନାଟ୍ୟକାର ଶ୍ରୀଯୁକ୍ତ ରାଧାକାନ୍ତ ବଳବନ୍ତରାୟଙ୍କ ଲିଖତ ପୁସ୍ତକ ‘ରାମଲୀଳା ଗୀତିନାଟ୍ୟାବଳୀ’ର ଉନ୍ମୋଚନ କରିଥିଲା ବେଳେ କୃତୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସମିତିସଭ୍ୟ ତଥା ସମାଜସେବୀ ପ୍ରତିନିଧି ପ୍ରଶାନ୍ତ କର, ରଞ୍ଜନ ସାମଲ, ଜ୍ଞାନରଞ୍ଜନ ରାଉତ, ଯୁବନେତା ଦେବୀପ୍ରସାଦ ପଲେଇ, ଦୀପକ ଦାସ, କ୍ଷମାସାଗର ଦାସ, ଶ୍ରୀନିବାସ ରାଉତରାୟ, ସନ୍ତୋଷ ରାଉତରାୟ, କେଶବ ରାଉତ, ପ୍ରଣବ ବଳଵନ୍ତରାୟ, ସଂଜୀବ ପଣ୍ଡା, ରାକେଶ ପଲେଇଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସଭ୍ୟା, ଅଞ୍ଚଳବାସୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା ରେ ପୃର୍ଣ୍ଣ ସହଯୋଗ କରିଥିଲେ l