ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ମହୋତ୍ସବ ଉଦଘାଟିତ

0

ବିକଶିତ ଜିଲ୍ଲାରେ ପରିଣତ ହୋଇଛି ନୟାଗଡ଼:ରାଜା ସ୍ୱାଇଁ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ନୟାଗଡ଼ ଷ୍ଟାଡିୟମ ଠାରେ ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ୨୦୨୩ ଉଦଘାଟିତ ହୋଇଯାଇଛି। ଜିଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି,କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦେଇ ମହୋତ୍ସବକୁ ଉଦ୍ଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଉପାଧ୍ଯକ୍ଷା ବିଷ୍ଣୁପ୍ରିୟା ବେହେରା, ଜିଲ୍ଲା ଉନ୍ନୟନ ଅଧିକାରୀ ସୂଚାରୁ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲିପ କୁମାର ବଳ ଓ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ପ୍ରମୁଖ ଯୋଗଦେଇ ଥିଲେ। ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି କୃଷିମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ ନୟାଗଡ଼ର ସମୃଦ୍ଧି ଓ ବିକାଶର କଥା କହିବା ସହିତ ପରମ୍ପରା ଓ ଲୋକମାନଙ୍କର ଆର୍ଥିକ ବିକାଶ ଓ ସଂସ୍କୃତି ସହିତ ମହୋତ୍ସବର ସିଧାସଳଖ ସମ୍ପର୍କ ରହିଥିବା କଥା କହିଥିଲେ। ନୟାଗଡ଼ ନୂଆ ରୂପରେଖ ଦେଇଥିବା ବିନ୍ଧାଣୀ ନୟାଗଡ଼ ବିଧାୟକ ଡ. ଅରୁଣ ସାହୁ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସ୍ବାଇଁ କହିଥିଲେ। ଆଠଗଡ ଓ ନୟାଗଡ଼ର ସମ୍ପର୍କ ଗଡ଼ଜାତିଆ ଅମଳରୁ ରହିଛି।ନୟାଗଡ଼ ଏବେ ବିକଶିତ ଜିଲ୍ଲା ଭାବେ ଓଡ଼ିଶାରେ ପରିଗଣିତ। ସଂସ୍କୃତି ଓ ମହୋତ୍ସବ ଆମକୁ ଗୋଟିଏ ସୂତାରେ ବାନ୍ଧି ରଖିଛି । ସଶକ୍ତ ଓଡ଼ିଶା ଗଠନ କରିବାକୁ
ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ ଆହ୍ବାନ ଦେଇଥିଲେ।
ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ସଂଯୁକ୍ତା ପଢ଼ିଆରୀ, ଝିଲ୍ଲୀ ପ୍ରଧାନ, ବିରଜା ଲକ୍ଷ୍ମୀ ସାହୁ, ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ବିଡ଼ିଓ ପଦ୍ମ ଚରଣ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନୟାଗଡ଼ ଜିଲ୍ଲା ମୁଖପତ୍ର ଆରଣ୍ୟକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ନାଗରିକ ବିଶ୍ବନାଥ ନାୟକ, ରାଧେଶ୍ୟାମ ମୋହତୋ, ଆଇନଜୀବୀ ଦଣ୍ଡପାଣି ସ୍ବାଇଁ, ବରିଷ୍ଠ ସାମ୍ବାଦିକ ଶେଖ ଅବଦୁଲ ମନାନଙ୍କୁ ମହୋତ୍ସବ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି ଅବସରରେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ବେଳେ ପ୍ରଥମ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ତାଙ୍କ ସାଥୀଙ୍କ ଦ୍ବାରା ପରିବେଷିତ ମେଲୋଡି କାର୍ଯ୍ୟକ୍ରମରେ ଦର୍ଶକମାନେ ଝୁମିଥିବା ଦେଖିବାକୁ ମିଳିଥିଲା। ସେହିପରି ଭାବେ ନୟାଗଡ଼ ବନ୍ଦନା, ଗଞ୍ଜାମର ଯୋଡି ଶଙ୍ଖ, ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା।

Leave A Reply

Your email address will not be published.