ବାଣପୁର 🙁 ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡାରେ ବିଶିଷ୍ଟ ସମାଜସେବୀ, ପରଶୁରାମ ମହାବିଦ୍ୟାଳୟର ପ୍ରତିଷ୍ଠାତା, ବାଣପୁର ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସ୍ବର୍ଗତ ଶଶିଭୂଷଣ ହରିଚନ୍ଦନଙ୍କର 24ତମ ଶ୍ରାଦ୍ଧଉତ୍ସବ ପାଳିତ ହୋଇଯାଇଛି।ଶଶିଭୂଷଣ ସ୍ମୃତି କମିଟିର ସଭାପତି ଶ୍ରୀ ଗୋଲୋକ ବିହାରୀ ପଟ୍ଟନାୟକଙ୍କ ସଭାପତିତ୍ୱ ଓ ପରଶୁରାମ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରେମରାଜ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ନୃସିଂହଚରଣ ପ୍ରଧାନ ମୁଖ୍ୟତିଥି, ବିଶିଷ୍ଟ ଚିକିତ୍ସକ ଡ଼ା. ସୁରେନ୍ଦ୍ର ନାଥ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଅତିଥିମାନେ ସ୍ୱର୍ଗତ ଶଶିଭୂଷଣ ହରିଚନ୍ଦନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ତାଙ୍କର ନିଃସ୍ଵାର୍ଥପର ସମାଜସେବା, ମୂଲ୍ୟବୋଧଭିତ୍ତିକ ରାଜନୈତିକ ଜୀବନର ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ର ନାଟ୍ୟାଭିନୟ ପରିବେଷଣ କରାଯାଇଥିଲା। ଶେଷରେ ଅଧ୍ୟାପକ ପ୍ରହଲ୍ଲାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.