ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳରେ 2004-2007 ବିସିଏ ବ୍ୟାଚ୍ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାl ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ ଦାସ, ନିର୍ଦ୍ଧେଶକ ସଞ୍ଜୟ ସାହୁ, ଆଡମିନିଷ୍ଟ୍ରେଟର କୋଟେଶ୍ୱର ରାଓ , ଅଧ୍ୟାପକ ଜ୍ୟୋତି ମିଶ୍ର, ନୀଳ ମାଧବ ପାଢୀ, ବିଜୟ ରାଜଗୁରୁ ପ୍ରମୁଖ ମଞ୍ଚାସିନ ଥିଲେl କଲେଜର ଅଧ୍ୟକ୍ଷ ଶ୍ରୀ ଦାସ ନିଜ ଅଭିଭାଷଣରେ ଗୁଣାତ୍ମକ ଶିକ୍ଷା ସହ ଗୁରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ମାନ, ଭାବନା ଓ ନିବିଡ଼ତା ଜଣେ ଛାତ୍ରକୁ ଜୀବନରେ ସଫଳତାର ଶୀର୍ଷକୁ ପହଞ୍ଚାଏ ବୋଲି ମତ ପ୍ରକାଶ କରିଥିଲେl ଯୋଗ ଦେଇଥିବା ଛାତ୍ର ଛାତ୍ରୀ କଲେଜ୍ ରେବିତେଇଥିବା ପ୍ରତ୍ୟେକ ସମୟ ଆମ ପାଇଁ ବିଶେଷ ବୋଲି ମତ ପ୍ରକାଶ କରିଥିଲେl ଶେଷରେ ପୁରାତନ ଛାତ୍ରଛାତ୍ରୀ ମାନେ ଭୋଜନ ବ୍ୟବସ୍ଥାର ଆୟୋଜନ କରାଯାଇଥିଲାl