ଜମନକିରା ୨୪/୧୨/୨୩(ଲିପନ ନାଏକ )-ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ଆଞ୍ଚଳିକ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆଜି ନୂଆଁ ଓ ଯୁବ ଓଡ଼ିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ଦଳବେହେରା ଅଧ୍ୟକ୍ଷତା କରିଥିବାବେଳେ ମୂଖ୍ୟ ଅତିଥି ଭାବେ ସରକାରୀ ମହିଳା ବିଦ୍ୟାଳୟ ଅଧ୍ୟକ୍ଷ ଅଖିଳ ବିଶ୍ଵାଳ, ସମ୍ମାନୀତ ଅତିଥି ଭାବେ ସମ୍ବଲପୁର ନୋଡାଲ ଅଧିକାରୀ ସନ୍ତୋଷ ପଟେଲ, ଡିଲେଶ୍ୱର୍ ବେହେରା, ମଞ୍ଚାସିନ ଥିବା ବେଳେ ମୋନାଲିସା ମହାନ୍ତି,ସସ୍ମିତା ପଟେଲ ଓ ଗୌତମୀ ଧୁରୁଆ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଗତ ଦୁଇ ତାରିଖ ରୁ ଆରମ୍ଭ ହୋଇଥିବା ନୂଆ ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଅତିଥି ମାନଙ୍କ ଦ୍ଵାରା ମାନ ପତ୍ର ସହିତ ଟ୍ରଫି ପ୍ରଦାନ କରା ଯାଇଥିଲା, ଅତିଥି ମାନେ ବିଦ୍ୟାଳୟର କୁ ପହଞ୍ଚିବାପରେ ଭବ୍ୟ ସ୍ଵାଗତ କରାଯାଇଥିଲା। ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ରେ ଦୀପ ପ୍ରଜ୍ବଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା |
Sign in
Sign in
Recover your password.
A password will be e-mailed to you.