ସାଇ ଜ୍ଞାନ ପ୍ଲେ ସ୍କୁଲ ରେ ରେଡ ଡେ ପାଳିତ

0

ଜଗତସିଂହପୁର,ତା-୨୪.୧୨.୨୦୨୩/ସୁମନ୍ତ କୁମାର ଦାସ: ଆଜି ସକାଳେ ଜଗତସିଂହପୁର ସହରରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ଜ୍ଞାନ ପ୍ଲେ ସ୍କୁଲରେ ଖ୍ରୀଷ୍ଟମାସ ଅବସରରେ ରେଡ ଡେ ପାଳିତ ହୋଇଯାଇଛି। ପ୍ଲେ ସ୍କୁଲ ର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ଯୋଗଦେଇ ରେଡ ଡେ ପାଳନ ସମ୍ପର୍କରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧନ କରିଥିଲେ। ପ୍ରଭୁ ଯୀଶୁଙ୍କର ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭବିଷ୍ୟତରେ ଜଣେ ଜଣେ ସୁ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ।ରେଡ କଲର ଉତ୍ସାହ ଓ ଜୀବନ ଶକ୍ତି ର ପ୍ରତୀକ ଅଟେ। ଆଜିର ଦିନ ସବୁଆଡେ ରେଡ କଲର ରୁ ଆରମ୍ଭ ହୋଇଥାଏ। ସାଇଜ୍ଞାନ ପ୍ଲେ ସ୍କୁଲ ର ପିଲାମାନେ ଲାଲ ପୋଷାକ ରେ ଅତି ଚିତାକର୍ଷକ ଦେଖାଯାଉଥିଲେ।ରଙ୍ଗ ବାସ୍ତବରେ ପ୍ରକୃତିକୁ ସୁନ୍ଦରତାରେ ଭରିଦିଏ।ଏହି ଅବସରରେ ଅତିଥି ଓ ପିଲାମାନେ ଖ୍ରୀଷ୍ଟମାସ କେକ କାଟି ଉତ୍ସବ ପାଳନ କରିଥିଲେ। ପ୍ଲେ ସ୍କୁଲ ର ଉପଦେଷ୍ଟା ଅଧ୍ୟାପକ ଆଇଜାକ ମହାନ୍ତି ବିଦ୍ୟାଳୟ ରେ ବିଭିନ୍ନ ଦିବସ ପାଳନ ସମ୍ପର୍କ ରେ ଅବଗତ କରାଇଥିଲେ।କାର୍ଯ୍ୟକ୍ରମ କୁ ପ୍ଲେ ସ୍କୁଲ ର ଶିକ୍ଷୟତ୍ରୀ ପ୍ରାଚୀ ପଟ୍ଟନାୟକ, ସୁଶ୍ରୀ ସଂଗୀତା, ଶୁଭଶ୍ରୀ ସାହୁ, ଲିପ୍ସା ମହାନ୍ତି, ସୁଜାତା ନନ୍ଦୀ ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶିଶୁ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.