ନାଚୁଣୀ ଓଭର ବ୍ରିଜ ଉପରେ ଦୁର୍ଘଟଣା, ସ୍କୁଟି ପଛପଟୁ ପିଟିଲା କାର, ଜଣେ ମୃତ

0

ନାଚୁଣୀ (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଛି।ଖବର ମୁତାବକ ଆଜି ଅପରାହ୍ନରେ ବାଲୁଗାଁ ଥାନା ବ୍ରାହ୍ମଣକୋଷଡିହ ଗ୍ରାମର ଗୁରୁଚରଣ ନାୟକ(୩୨) ଏବଂ ତାଙ୍କ ଧର୍ମପତ୍ନୀ ଏକ ସ୍କୁଟି ଯୋଗେ ଖୋର୍ଦ୍ଧାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ନାଚୁଣୀ ଓଭରବ୍ରିଜରେ ପଛପଟୁ ଏକ କାର ଶକ୍ତ ଧକ୍କା ଦେଇଥିଲା।ଫଳରେ ଘଟଣାସ୍ଥଳରେ ଗୁରୁଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଗୁରୁତର ଭାବେ ଟାଙ୍ଗୀ ମେଡିକାଲରେ ଚିକିତ୍ସାତ ହେଉଛନ୍ତି। ଖବର ପାଇ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ସୂଚନା ଥାଉକି ମୃତ ଗୁରୁଚରଣ ମାଲକାନଗିରି ଜିଲାରେ ଶିକ୍ଷକତା କରୁଥିଲେ।

Leave A Reply

Your email address will not be published.