ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ରାଜବୋଡ଼ାସମ୍ବର ହାଇସ୍କୁଲର ପୂର୍ବତନ ସ୍ବର୍ଗୀୟ ଶିକ୍ଷକ ଶ୍ଯାମସୁନ୍ଦର ପୁରୋହିତଙ୍କ ବିୟୋଗରେ ପୁରାତନ ଛାତ୍ରମାନଙ୍କଦ୍ବାରା ଏକ ଶୋକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ସଭାପତିତ୍ବ କରିଥିଲେ ବିଦ୍ଯାଳୟର ପୁରାତନ ଶିକ୍ଷକ ଲକ୍ଷ୍ମୀନାରାୟଣ ଷଡ଼ଂଗୀ। ମଞ୍ଚାସୀନ ଥିଲେ ଗୋବିନ୍ଦ ଅଗ୍ରୱାଲ୍ ଓ ଚନ୍ଦ୍ରଭାନୁ ପ୍ରଧାନ। ସ୍ବର୍ଗତ ପୁରୋହିତଙ୍କ ଫଟୋଚିତ୍ରରେ ସମସ୍ତେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସଭାରେ ଜୟନାରାୟଣ ତ୍ରିପାଠୀ,ଗୋବିନ୍ଦ ପାଣିଗ୍ରାହୀ, ଡ. ପ୍ରମୋଦ ପାଢ଼ୀ, ଜିତେନ୍ଦ୍ରୀୟ ଗୁରୁ, ମହେଶ୍ୱର ସାହୁ,ଚନ୍ଦ୍ରଶେଖର ପୁରୋହିତ, ଡ. ବିରଞ୍ଚି ସାହୁ, କ୍ଷୀରସିନ୍ଧୁ ସୁନା ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ଅନ୍ଯମାନଙ୍କ ମଧ୍ଯରେ ସମାଜସେବୀ ନିରୋଜ ଦୋରା, ଶ୍ଯାମପଦ ସିହ୍ନା, ଥବୀର ପ୍ରଧାନ, ମୁକେଶ୍ ମୋଦୀ, ଅଭିଳାଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.