ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ଚତୁର୍ଥ ଦିନରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ-ତଥା-ଅଧକ୍ଷ , ଜିଲ୍ଲା ସଂସ୍କୃତି ପରିଷଦ ଗଜପତି ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଜି. ତିରୁପତି ରାଓ , ସଭାପତି , ଜିଲ୍ଲାପରିଷଦ , ଗଜପତି ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ଅତିରିକ୍ତ ଜିଲ୍ଲାପାଳ ଗଜପତି , ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଅନୁପମ ଶାହା , ରଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ , ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଭୁବନେଶ୍ୱର , ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା ପୌର ପରିଷଦ ପାରଳାଖେମୁଣ୍ଡି , ସୁଶ୍ରୀ ସ୍ଵାତୀ ଏସ୍ କୁମାର , ଆରକ୍ଷୀ ଅଧିକ୍ଷକ ଗଜପତି , ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଗଜପତି , ଶ୍ରୀଯୁକ୍ତ ଫାଲଗୁନି ମାଝୀ , ପ୍ରକଳ୍ପ ପ୍ରଶାସକ , ସମନ୍ୱିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି , ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ସମସ୍ତ ଅତିଥି ଗଣ ଗଜପତି ଜିଲ୍ଲାର ଲୋକକଳା , ସଂସ୍କୃତି , ଜନଜାତି , ନୃତ୍ୟ ସଙ୍ଗୀତ , ପରମ୍ପରା ଓ ପର୍ଯ୍ୟଟନ ସ୍ଥଳୀର ବିକାଶରେ ଜିଲ୍ଲା ଅଗ୍ରସର ହେଉଛି ବୋଲି କହିଥିଲେ। ପରେ ପରେ ଜିଲ୍ଲାପାଳ -ତଥା- ଅଧ୍ୟକ୍ଷ , ଜିଲ୍ଲା ସଂସ୍କୃତି ପରିଷଦ , ଗଜପତିଙ୍କ ଦ୍ଵାରା ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରିବା ସହ ଜିଲ୍ଲା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା ଓ ସମସ୍ତ ଅତିଥି ମାନଙ୍କୁ ମେମଣ୍ଟୋ ଓ ଉପଢୌକନ ଦେଇ ଗଜପତି ଉତ୍ସବର ସମ୍ମାନିତ କରିଥିଲେ।
ଏହି ଅବସରରେ ଚତୁର୍ଥ ଦିନ ସନ୍ଧ୍ୟାରେ ଜିଲ୍ଲା ତଥା ଜିଲ୍ଲା ବାହାର ର ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ। ଯଥା ପୁରୀର ଗୋଟିପୁଅ , ବରଗଡ଼ର ସମ୍ବଲପୁରୀ ନୃତ୍ୟ ଓ ଆମ ଜିଲ୍ଳାର ଗୁମ୍ମାର ଆଦିବାସୀ ନୃତ୍ୟ , ଗୋଷାଣୀ ଲୋକନୃତ୍ୟ , କାଶୀନଗରର ଆଦିବାସୀ ନୃତ୍ୟ , ପାରଳାଖେମୁଣ୍ଡିର ସମ୍ବଲପୁରୀ ନୃତ୍ୟ , ଗଜପତି ଡାନ୍ସ ଟାଲେଣ୍ଟ ର ଗଣେଶ ବନ୍ଧନା ନୃତ୍ୟ , ତିବତୀୟାନ୍ ନୃତ୍ୟ , ସମଲେଇ ନୃତ୍ୟକଳା ପରିଷଦର ସମ୍ବଲପୁରୀ ନୃତ୍ୟ , ପାରଳାଖେମୁଣ୍ଡି , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ବଲପୁରୀ , ମିରକାଲ୍ ର ମିଲ୍ଲେଟ ମିଶନଓ ଆଦର୍ଶ ବିଦ୍ୟାଳୟ ଚନ୍ଦ୍ରଗିରି ନୃତ୍ୟ ଇତ୍ୟାଦି ପ୍ରଦର୍ଶନ କରଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post