ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି।
ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଏ .ରବି କୁମାର ଯୋଗ ଦେଇ ଜାତୀୟ ଗଣିତ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରି ବିଶିଷ୍ଟ ଗଣିତଜ୍ଞ ରାମାନୁଜ ଙ୍କ ଗାଣିତିକ ଆବିଷ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ। ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୁରୁର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଭାରତର ବିଶିଷ୍ଟ ଗଣିତଜ୍ଞ ରାମାନୁଜ ଙ୍କ ଗଣିତ ପ୍ରତି ଆଗ୍ରହ ଓ ସମଗ୍ର ବିଶ୍ବରେ ଗଣିତ ଶାସ୍ତ୍ର ରେ ଅତୁଳନୀୟ ଅବଦାନ ଆଜି ତାଙ୍କର ଜନ୍ମ ଦିବସ କୁ ସ୍ମରଣ କରାଯାଉଛି। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ୱାଇ .ଧର୍ମାରାଓ ସଭାପତିତ୍ବ କରିଥିଲେ ଓ ଡି ଏ ସ ମୂର୍ତ୍ତି ଉପସ୍ଥିତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପଦ୍ମନାଭ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ୫୦ ଜଣ ଗଣିତ ଶିକ୍ଷକ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.