ଭୀମଭୋଈ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।

0

ସାରସକଣା ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ ।:: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ନୋଡାଲ ପ୍ରାଥମିକ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଛି । ଉକ୍ତ ଶିବିରକୁ ରାଜ୍ୟସଭା ସାଂସଦ ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲା ବେଳେ ଉଦଘାଟନୀ ସମ୍ଭାଷଣ ରେ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ଆଜିର ଏହି ଶିବିରକୁ ଭାଈ ଭଉଣୀ ମାନେ ଆସି ନିଜ ନିଜ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ର ଲାଭ ଉଠାଇବାକୁ ଆହ୍ୱାନ ଦେଇଥିଲେ। ଅତିଥି ଭାବେ ଯୋଗ ଦେଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରା ଭିନ୍ନକ୍ଷମ ମାନଙ୍କ ପାଇଁ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବ୍ଲକ ଅଧ୍ୟକ୍ଷା ତୁଳସୀ ସିଂ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତନୁ କୁମାର ନାୟକ କାର୍ଯ୍ୟକ୍ରମକୁ ତଦାରଖ କରୁଥିବାର ଦେଖିବାକୁ ମିଳିଥିଲା। ତେବେ ଉକ୍ତ ଶିବିରରେ ସମୁଦାୟ ୫୨୩ ଜଣ ଭିନ୍ନକ୍ଷମ ପଞ୍ଜୀକରଣ କରିଥିବାବେଳେ ଅସ୍ଥିଶଲ୍ୟ ପାଇଁ ୨୧୪ଜଣ,ପକ୍ଷାଘାତ ପାଇଁ ୩୦,ଦୃଷ୍ଟିହୀନତା ପାଇଁ ୭୯,ମାନସିକ ଅନଗ୍ରସର ପାଇଁ ୯୦,କର୍ଣ ଓ ନାସା ପାଇଁ ୧୧୦ଜଣ ପଞ୍ଜିକରଣ କରିଥିଲେ। ପରୀକ୍ଷା ପରେ ଅସ୍ଥିସଲ୍ୟ ଭିନ୍ନକ୍ଷମ ପାଇଁ ୧୭୩,ପକ୍ଷାଘାତ ପାଇଁ ୧୩,ଦୃଷ୍ଟିହୀନତା ପାଇଁ ୪୦,ମାନସିକ ଅନଗ୍ରସର ପାଇଁ ୩୭,କର୍ଣ ଓ ନାସା ପାଇଁ ୨୭ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପାଇଁ ଯୋଗ୍ୟ ବିବେଚିତ କରାଯାଇଛି ,ସେହିପରି ଭାବରେ ୧୬୯ ଜଣଙ୍କୁ ବସ ପାସ,୧୬୧ଜଣଙ୍କୁ ଆୟ ପ୍ରମାଣପତ୍ର,ଦକ୍ଷତା ବିକାଶ ତାଲିମ ପାଇଁ ୩ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଥିବା ସୁଚନା ମିଳିଛି । ସେହିପରି ୩୩ ଜଣ ଭିନ୍ନକ୍ଷମଙ୍କୁ ସରକାରୀ ବାସଗୃହ ପ୍ରଦାନ ନିମନ୍ତେ ଚିହ୍ନଟ କରାଯାଇଛି। ୮୯ ଜଣ ଭିନ୍ନକ୍ଷମଙ୍କୁ ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ଚିହ୍ନଟ କରାଯାଇଛି। ୧୮୦ ଜଣଙ୍କୁ ବିଭିନ୍ନ ସହାୟତା ଏବଂ ଉପକରଣ ପ୍ରଦାନ ଏବଂ ୧୧ ଜଣଙ୍କୁ ସର୍ଜରୀ ପାଇଁ ପଠାଯିବାକୁ ମନୋନୀତ କରାଯାଇଛି ,ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚାଂବୁରୁ ବାସ୍କେ,ପିଏ ସପନ ବଶା ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । 

Leave A Reply

Your email address will not be published.