ଭଦ୍ରେଶ୍ୱର ପଞ୍ଚାୟତରେ ମୋଦୀ ସରକାରଙ୍କ ବିକଶିତ ଭାରତ ସଚେତନ କାର୍ଯ୍ୟକ୍ରମ

0

 (ମାହାଙ୍ଗା – ଶାସକ ପ୍ରଶାସକ): କେନ୍ଦ୍ର ସରକାରଙ୍କ ଲୋକକଲ୍ୟାଣ ଯୋଜନାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ସଙ୍ଗେ ସଙ୍ଗେ ସେହି ସ୍ଥାନରେ ବିଭିନ୍ନ ଯୋଗ୍ୟ ହିତାଧିକାରୀମାନଙ୍କ ସମସ୍ୟା କୁ ବୁଝି ସମାଧାନ କରିବା ପାଇଁ ମାହାଙ୍ଗା ବ୍ଲକ ଅଞ୍ଚଳରେ ରହିଥିବା ପଞ୍ଚାୟତ ଗୁଡିକରେ ବିକଶିତ ଭାରତ ପ୍ରଚାର ପ୍ରସାର ପାଇଁ ଭ୍ରାମ୍ୟମାଣ ଗାଡି ବୁଲୁଅଛି ଏବଂ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବ୍ଲକ ଉନ୍ନୟନ ଅଧିକାରୀ ଅମୀୟ କୁମାର ପଣ୍ଡା ଏବଂ ସମସ୍ତ ସରକାରୀ ବିଭାଗୀୟ ଅଧିକାରୀ ମାନଙ୍କୁ କଟକ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରିଅଛନ୍ତି l ଏହି ପରୀପେକ୍ଷୀରେ ଶନିବାର ଦିନ ଭ୍ରଦେଶ୍ୱର ପଞ୍ଚାୟତ ରେ ମୋଦୀ ସରକାରଙ୍କ ବିକଶିତ ଭାରତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ସରକାର ଙ୍କ ସମସ୍ତ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯାଇଥିଲା ,ସ୍ୱାସ୍ଥ୍ୟ ଚିକିତ୍ସା ଶିବିର, ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯିବା ସହିତ ଚାଷୀ ମାନଙ୍କୁ ଉର୍ନତମାନ ର ଚାଷ ପ୍ରଣାଳୀ ବିଷୟରେ ବୁଝାଯାଇଥିଲା ଏବଂ କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ୱଳା ଗ୍ୟାସ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା,ପିଏମ କିଶାନ ଯୋଜନା ସମ୍ପର୍କ ରେ ଲୋକମାନଙ୍କୁ ଅବଗତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ କମଳାକାନ୍ତ ରାଉତ, ଅମୀୟ ରଞ୍ଜନ ସାହୁ, ଜିଆରଏସ ଅନୁସୟା ମହାରଣା, ସ୍ୱାସ୍ଥ୍ୟ କର୍ମୀ ଶିଶିର କୁମାର ନନ୍ଦ, କବିତା ନାଥ ଶର୍ମା, ପଦ୍ମନି ନାୟକ, ସମିତିସଭ୍ୟ ଲଳିତ କୁମାର ରାଉଳ, ଭାରତ ସଂକଳ୍ପ ରଥ ସଂଯୋଜକ ପର୍ଶୁରାମ ସ୍ୱାଇଁ ଙ୍କ ସମେତ ସମସ୍ତ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ମିଶନ ଶକ୍ତି ମହିଳା ଙ୍କ ସମେତ ଗ୍ରାମବାସୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

Leave A Reply

Your email address will not be published.