ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆସନ୍ତା 25 ବର୍ଷ ଭିତରେ ଅର୍ଥାତ୍ 2047 ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଉଦ୍ଦେଶ୍ୟ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମ ସଂଯୋଜକ ତପନ କୁମାର ସାହୁଙ୍କ ଆବାହନ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ, ସ୍ଥାନୀୟ ସରପଞ୍ଚ ବାସନ୍ତୀ ଡାକୁଆ,ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ସ୍ୱାସ୍ଥ୍ୟ ପରିଦର୍ଶକ ଶୁଭ୍ରମନ୍ୟୁ କର, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, ସମାଜସେବୀ କେଦାର ବିଷୋୟୀ ପ୍ରମୁଖ ମଞ୍ଚାସୀନ ରହି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ I ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ମହିଳା ମାନେ କେବଳ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିଦେଲେ ମହିଳା ସଶକ୍ତିକରଣ ହୋଇପାରିବ ନାହିଁ I ଯେଉଁଦିନ ମହିଳା ମାନେ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ୱାବଲମ୍ବୀ ହୋଇ ସ୍ୱାମୀଙ୍କ ରୋଜଗାର ଉପରେ ନିର୍ଭର ନକରି ସ୍ୱାଧୀନ ଭାବେ ରୋଷେଇ ଘରର ପରିଚାଳନା କରିପାରିବେ ସେହିଦିନ ବିକଶିତ ଭାରତ ସ୍ୱପ୍ନ ଶତପ୍ରତିଶତ ସଫଳ ହୋଇପାରିବ I ସେହିପରି ଜିଲାପରିଷଦ ସଭ୍ୟ ସୁଧୀର କୁମର ଜେନା ପ୍ରକାଶ କରିଥିଲେ ଯେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ମାଣ୍ଡିଆ ଚାଷ କିମ୍ବା ମାଣ୍ଡିଆ ଚାଷୀଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଦିଆ ଯାଉନଥିବା ବେକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଣ୍ଡିଆକୁ ଜି-ଶିଖର ସମ୍ମିଳନୀରେ ବିଶ୍ୱସ୍ତରରେ ମାଣ୍ଡିଆକୁ ଉପସ୍ଥାପିତ କରି ଏହାକୁ ଶ୍ରୀ ଅନ୍ନର ଆଖ୍ଯା ଦେଇଛନ୍ତି I ଏହାସହିତ ଉପସ୍ଥିତ ଅତିଥି ମାନେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ଵଚ୍ଛ ଭାରତ ଯୋଜନା, ମନରେଗା ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଥିଲେ I ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ,ଶିକ୍ଷା, ଡ଼ାକ ଆଦି ବିଭିନ୍ନ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.