ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଭଞ୍ଜନଗର ଠାରୁ ପ୍ରାୟ ତିନିକିଲୋମିଟର ଦୂର ଜବାହର ଉଚ୍ଚ ବିଦ୍ୟାଳୟ, ବଡ଼କୋଦଣ୍ଡା ଠାରେ ନୁଆଁ ଉର୍ନତ ଓଡିଶା ଅଭିଯାନ ଦ୍ୱାରା ପଂଚାୟତ ସମିତିର ସମ୍ପୂର୍ଣ୍ଣ ସହଯୋଗରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହାକୁ ୫୦ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଶୈଳବାଳା ବିଷୋୟୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ସଂମାନୀତ ଅତିଥିଭାବେ ସମିତି ସଭ୍ୟ ମନୋଜ କୁମାର ପୃଷ୍ଟି, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଅଶ୍ୱିନୀ କୁମାର ସୁବୁଦ୍ଧି, ଚମ୍ପାଇ ମାରାଣ୍ଡି, ପିଇଓ ରବୀନ୍ଦ୍ର କୁମାର ପାଣିଗ୍ରାହୀ, ରାଜେନ୍ଦ୍ର ରାଉତ, ସନ୍ଧ୍ୟାରାଣୀ ରାଉତ, ଯୋଗାଣ ସହାୟକ ନାରାୟଣ ବିଷୋୟୀ, ଭାରତୀ ଗୌଡ଼ ଓ ମୁନା ବେହେରା ଯୋଗଦେଇଥିଲେ l ଖେଳରେ ବାହାଡା ପଦର, ପଢାଳ, ଗାମୁଣ୍ଡି, ଡ଼ୁମାକୁମ୍ପା, ବଡ଼କୋଦଣ୍ଡା ଓ ଲାଳସିଂ ଦଳ ଭାଗ ନେଇଥିଲେ l ସମସ୍ତ ଖେଳକୁ ବ୍ଲକ ର ଖେଳ ଶିକ୍ଷକ ଶରତ ଚନ୍ଦ୍ର ବେହେରା, ଶାନ୍ତିଲତା ପ୍ରଧାନ, କାଂହୁ ଚରଣ ନାୟକ, ଆଶିଷ କିସକୋ, ବିକାଶ ଖୁଣ୍ଟିଆ, ପ୍ରଦୀପ୍ତ କୁମାର ନାୟକ, ପ୍ରଦୀପ ବେହେରା ଦଳାଇ, ଦୁର୍ଯ୍ୟୋଧନ ନାୟକ, ଦିବ୍ୟଜ୍ୟୋତି ପ୍ରଧାନ, ଦେବାଶିଷ ମହାପାତ୍ର, ଦୁର୍ଗାପ୍ରସାଦ ଦାସ, ସୁବ୍ରତ କୁମାର ତ୍ରିପାଠୀ, ସଞ୍ଜୟ କୁମାର ମହାପାତ୍ର, ଭଗବାନ ତରାଇ, ପ୍ରବୀଣ କୁମାର ଖାଡ଼ଙ୍ଗା ଓ ମାନସ କୁମାର ପ୍ରହରାଜ ପରିଚାଳନା କରିଥିଲେ l ଏଥିରେ ବିଭିନ୍ନ ପଂଚାୟତ ରୁ ଶତାଧିକ ଖେଳାଳି, ଅଭିଭାବକ, ବୁଦ୍ଧିଜୀବୀ ଯୋଗଦେଇଥିଲେ l ଶେଷରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସନ୍ତୋଷ ଜେନା ସଂଯୋଜନା ସହ ଧନ୍ୟବାଦ ପ୍ରଦାନ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post