ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

0

ଗାଇସିଲେଟ/ମନ ଡନସନା- ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ତିନି ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ମିନି ଷ୍ଟାଡିଅମ ଠାରେ ଓଡିଶା ସରକାରଙ୍କ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ,ପଞ୍ଚାୟତ ସମିତି ଗାଇସିଲେଟ ର ଅଧକ୍ଷ୍ୟ ପ୍ରଣୟ କୁମାର ସାହୁ , ବିଡିଓ ଲକ୍ଷ୍ମଣ ମାଝୀ ଉଦଘାଟନ କରିଥିଲେ ଓ ପରେ ମହାବିଦ୍ୟାଳୟ ରେ ବକୃତା, ପ୍ରବନ୍ଧ, ରଙ୍ଗୋଲି, ଡ୍ରଇଂ, ମେହେନ୍ଦି, ନାଚ, ଗୀତ, ଫେସନ ଶୋ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମର ସମାପନୀ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ସ୍ଵାଗତ ସଂଗୀତ ପରିବେଷଣ ସହ ସଭାକାର୍ଯ୍ୟ ପ୍ରାରମ୍ଭ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଓଡିଶା ସରକାରଙ୍କ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, , ସ୍ଵତନ୍ତ୍ର ଅତିଥି ଭାବରେ ପୂର୍ବତନ ସାଂସଦ ତଥା ବରଗଡ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଡ. ପ୍ରଭାସ ଚନ୍ଦ୍ର ସିଂ, ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ଅଧକ୍ଷ୍ୟା ମାନିନୀ ଭୋଇ, ଗାଇସିଲେଟ ବ୍ଲକ ଅଧକ୍ଷ୍ୟ ପ୍ରଣୟ କୁମାର ସାହୁ, ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ପୂର୍ବତନ ସମ୍ପାଦକ ଅମ୍ବିକା ପ୍ରସାଦ ତ୍ରିବେଦୀ, ବିଶିଷ୍ଟ ଶିକ୍ଷାବିତ ଆର୍ତ୍ତତ୍ରାଣ ଯୋଶୀ ମଞ୍ଚାସୀନ ଥିଲେ । ମହାବିଦ୍ୟାଳୟର ସଂସ୍କୃତ ପ୍ରାଧ୍ୟାପକ ନାରାୟଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇତିହାସ ବିଭାଗର ପ୍ରାଧ୍ୟାପକ ପ୍ରଦୀପ କୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଓ ଗାଇସିଲେଟ ଅଞ୍ଚଳର ଅଭିଭାବକ, ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ, ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ତଥା ଆଖପାଖ ମହାବିଦ୍ୟାଳୟର ର ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ।

Leave A Reply

Your email address will not be published.