ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କବାଡ଼ି, ଭଲିବଲ୍, ଚେସ୍, କ୍ଯାରମ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I କବାଡ଼ି ଏବଂ ଭଲିବଲ୍ ପ୍ରତିଯୋଗିତାରେ ବଜରଙ୍ଗୀ ଦଳ ବିଜୟୀ ହୋଇଥିଲା I କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍ ଏବଂ ମହାବିଦ୍ୟାଳୟ ଗଭର୍ଣ୍ଣିଂ ବଡି ସଭାପତି ସନ୍ତୋଷ କୁମାର ସ୍ୱାଇଁ ଅତିଥି ଭାବେ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଅଧ୍ୟାପକ ଅମୂଲ୍ୟ ପଣ୍ଡା ଏବଂ ରଞ୍ଜତ୍ ଦାସ ବିଚାରକ ରୂପେ ଯୋଗ ଦେଇଥିଲେ I କ୍ରୀଡ଼ା ଶିକ୍ଷକ ଦୂର୍ଗା ଶତପଥି ଏବଂ ସୁରେନ୍ଦ୍ର ବିଶ୍ୱାଳ କ୍ରୀଡ଼ା ପ୍ରତିଯୋଗିତାକୁ ସଂଯୋଜନା କରିଥିବାବେଳେ ସମସ୍ତ ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଳେ I
Sign in
Sign in
Recover your password.
A password will be e-mailed to you.