ପଲ୍ଲିକବି ନନ୍ଦ କିଶୋର ବଳଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ : ପୂଜ୍ୟ ପୂଜାକୁ ଉଜ୍ଜୀବିତ ରଖିବା ପାଇଁ ବିଧାୟକ ପ୍ରତାପ ଜେନା ଙ୍କ ପ୍ରୟାସ ପ୍ରଶଂସନୀୟ – ସାଂସଦ ଶର୍ମିଷ୍ଠା ସେଠୀ l

0

(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ କୁସୁପୁର ଗ୍ରାମପଞ୍ଚାୟତ ନନ୍ଦକିଶୋର ବିଦ୍ୟାମନ୍ଦିର ପରିସରରେ ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ପଲ୍ଲିକବି ନନ୍ଦ କିଶୋର ବଳ ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉପଲକ୍ଷେ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଆଇନଜୀବି ଶିବନ୍ତ କୁମାର ଜେନା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ, ବରେଣ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ପଲ୍ଲୀକବି ନନ୍ଦକିଶୋର ବଳ ଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସାରସ୍ୱତ ସଭାରେ ଯୋଗଦାନ କରି ପ୍ରକାଶ କରିଥିଲେ କି ପଲ୍ଲୀକବି ଏହି ମାହାଙ୍ଗା ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ, ସେ ନିଜ କବିତାରେ ଗ୍ରାମୀଣ ଓଡିଶାର ଚିତ୍ର କୁ ଶାଣିତ କରିପାରିଥିଲେ, ତାଙ୍କର କୋମଳ ଗୀତ ପାଇଁ ତାଙ୍କୁ “ପଲ୍ଲୀ କବି” (ଗ୍ରାମୀଣ ଜୀବନର କବି) ଭାବରେ ନାମିତ କରାଯାଇଥିଲା, ଏପରିକି ପଲ୍ଲିକବି ନନ୍ଦ କିଶୋର ବଳ ଗ୍ରାମୀଣ ଦୃଶ୍ୟର କବି ଥିଲେ, ପିଲାମାନଙ୍କ ପାଇଁ ତାଙ୍କର ଲୋକପ୍ରିୟ ଗୀତ ନାନା ବାୟା ଗୀତ ସଙ୍ଗୀତର ସଙ୍ଗୀତରେ ଗାନ କରାଯାଏ, ସେ ଅନେକ କବିତା ଲେଖିଥିଲେ ଯାହା ତାଙ୍କର ଆଧ୍ୟାତ୍ମିକ ପ୍ରବୃତ୍ତି ଏବଂ ସାମାଜିକ ସମସ୍ୟାଗୁଡ଼ିକ ଉପରେ ତୀକ୍ଷ୍ଣ ସଚେତନତା ପ୍ରକାଶ କରିଥାଏ ବୋଲି ମୁଖ୍ୟଅତିଥି ସାଂସଦ ଶର୍ମିଷ୍ଠା ସେଠୀ ଏବଂ ବିଧାୟକ ପ୍ରତାପ ଜେନା ମତପ୍ରକାଶ କରିଥିଲେ l

ଅପରପକ୍ଷରେ ପୂଜ୍ୟ ପୂଜା ଏବଂ ସାହିତ୍ୟିର ପୂଜାରୀଙ୍କୁ ସଦାସର୍ବଦା ସମ୍ମାନ ଜଣାଇ ସେହି ପ୍ରତିଭାବାନ କବି, ସାହିତ୍ୟିକ, ସ୍ୱାଧୀନତା ସଂଗ୍ରାମୀ, ନାଟ୍ୟକାରଙ୍କ ସ୍ମୃତିକୁ ଆଗାମୀ ପିଢ଼ିଙ୍କ ପାଇଁ ଉଜ୍ଜିବିତ କରି ରଖିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିକାଶପୁରୁଷ ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ  ଅତୁଳନୀୟ ବୋଲି ସାଂସଦ ଶର୍ମିଷ୍ଠା ସେଠୀ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଶିକ୍ଷାବିତ ଶରତ କୁମାର ସାମଲ, ଜିଲ୍ଲା ପରିଷଦ ଜଗବନ୍ଧୁ ସେଠୀ, ସରପଞ୍ଚ ମମତା ସାହୁ, ସମାଜସେବୀ ଅନିଲ ଜେନା, ସମବାୟ ସମିତି ସଭାପତି ପ୍ରଶାନ୍ତ କୁମାର ରାଉତରାୟ, ବ୍ଲକ ପଞ୍ଚାୟତ ସମିତି ସଭ୍ୟ ମେନକା ଦାସ, ପୂର୍ବତନ ସରପଞ୍ଚ ପଙ୍କଜ ସାହୁ, ସମିତିସଭ୍ୟ ହେମନ୍ତ ଦାସ, ଶିବାନନ୍ଦ ଜେନା,ପ୍ରଧାନ ଶିକ୍ଷକ ରଞ୍ଜନ କର ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କଳାକାର, କବି, ସାହିତ୍ୟିକ, ଗୀତିକାର ବୃନ୍ଦ ଯୋଗଦାନ କରିଥିଲେ l ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ, ସଂଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ବେଳେ କୃତୀ ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟଅତିଥି ସାଂସଦ ଶର୍ମିଷ୍ଠା ସେଠୀ ଏବଂ ବିଧାୟକ ପ୍ରତାପ ଜେନା ଟ୍ରଫି ଏବଂ ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦାନ କରିଥିଲେ l

Leave A Reply

Your email address will not be published.