ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ଅଷ୍ଠଦଶ ବାର୍ଷିକ ଉତ୍ସବ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ନବୀନ ଡନସନା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ପାଇକମାଲ ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ଉପାଧ୍ୟାକ୍ଷ ସଂଜୀବ ବରିହା ଓ ପାଇକମାଲ ଶିକ୍ଷା ଅଧିକାରୀ ଚୂଡାମଣି ବାରିକ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରଥମେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରିଥିଲେ l ପରେ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ବାର୍ଷିକ ପତ୍ରିକା “ଅନନ୍ୟା” ଉନ୍ମୋଚନ ହୋଇଥିଲା l ରାଧେଶ୍ଯାମ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜୟସ୍ମିତା ମହାନ୍ତି ବିବରଣୀ ପାଠ କରିଥିଲେ l ମୁଖ୍ୟବକ୍ତା ଭାବେ ଅଧ୍ୟାପକ ସନ୍ତୋଷ ସିଂ ଠାକୁର ସମାଜରେ ଝିଅ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିବା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ l
Sign in
Sign in
Recover your password.
A password will be e-mailed to you.