ଚନ୍ଦ୍ରଜାନ ୩ର ସଫଳ କାହାଣୀ ବଖାଣିଲେ ବୈଜ୍ଞାନିକ
ଓଡ଼ଗାଁ-୨୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ରଘୁନାଥ “ଷ୍ଟଡି କେୟାର”ରେ ଇସ୍ରୋ ବୈଜ୍ଞାନିକ ପିୟୁଷକାନ୍ତି କର ବିଜ୍ଞାନ ଛାତ୍ରୀଛାତ୍ରଙ୍କୁ ଚନ୍ଦ୍ର ଜାନର ସଫଳ ଉତପ୍ରେକ୍ଷଣ ଓ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ ସହିତ ରୋଷେଇଘର ଠାରୁ ରକେଟ୍ ପର୍ଯ୍ୟନ୍ତ ନିୟୁଟନଙ୍କ ଥାର୍ଡ ଲ କାର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ । ଅନ୍ତଃତ ପକ୍ଷେ ଲଞ୍ଚରରୁ ଲ୍ୟାଣ୍ଡିଙ୍ଗ ପର୍ଯ୍ୟନ୍ତ ସାଧାରଣ ବିଜ୍ଞାନର ଭୁମିକା ଜାଣିବା ପରେ ବୁଝିବା ପାଇଁ ଛାତ୍ରଛାତ୍ରୀଙ୍କୁ ସହଜ ହୋଇଥିଲା । ଏବଂ ପିଲାମାନଙ୍କର ଜଟିଳ ପ୍ରଶ୍ନର ସରଳ ସମାଧାନ ଉତ୍ତର ଛାତ୍ରଛାତ୍ରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । +୨ ବିଜ୍ଞାନ ପାଠପଢ଼ା ମଜଭୁତ ହେଲେ ପରବର୍ତ୍ତୀ ସମୟରେ କେବଳ ତାର ବିକସିତ ପ୍ରକ୍ରିୟାକୁ ପ୍ରୟୋଗାତ୍ମକ ପ୍ରକ୍ରିୟାରେ ଦେଖିବାକୁ ମିଳିବ । ଏହା ଆଦୌ କଷ୍ଟକର ନୁହେଁ । ବିଜ୍ଞାନ ସମ୍ବନ୍ଧରେ ପୁନାଦି ଆଣ୍ଟ କରିବାକୁ ହେଲେ +୨ ପାଠ ପଢା ପ୍ରତି ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ଚନ୍ଦ୍ର ଜାନର ସଫଳ ଅବତରଣ ସାରା ପୃଥିବିକୁ ସ୍ତମ୍ଭିଭୂତ କରିଥିଲା । ସ୍ବଳ୍ପ ମୂଲ୍ୟରେ ପ୍ରସ୍ତୁତ ହୋଇଥିବା ଚନ୍ଦ୍ରଜାନ ଚନ୍ଦ୍ରର କକ୍ଷ ପଥରେ ଘୁରି ଘୁରି ସଫଳ ଅବତରଣ ପରେ ଭାରତୀୟ ବୈଜ୍ଞାନିକଙ୍କ ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟାର ପ୍ରମାଣିତ ହୋଇଥିଲା । ତେଣୁ ଯେଉଁ ରାଷ୍ଟର ବୈଜ୍ଞାନିକ ଜ୍ଞାନ କୈାଶଳ ଉଚ୍ଚ ମାନର ସେହି ଦେଶର ସାମରିକ ଶକ୍ତି ସେତିକି ମଜଭୁତ ବୋଲି ଜଣାଯାଏ । ଭାରତର ଅପରାଜୟ ଶକ୍ତିକୁ ଦେଖି ମିତ୍ର ରାଷ୍ଟ୍ରମାନେ ଇର୍ଷା କରିଥିବା ବେଳେ ଶତ୍ରୁ ରାଷ୍ଟ୍ରମାନେ ଭୟଭିତ ହୋଇପଡିଛନ୍ତି ବୋଲି ଶିକ୍ଷାବିତ ତଥା ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର କହିଥିଲେ । କାର୍ଯକ୍ରମ ପ୍ରାରମ୍ଭରେ ଶିକ୍ଷାବିତ ସୁଶାନ୍ତ କୁମାର ପାତ୍ର ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ଅନ୍ୟତମ ସଭ୍ୟ ସାମ୍ବାଦିକ ସାରସ କୁମାର ମିଶ୍ର ବୈଜ୍ଞାନିକ କର ଏବଂ ତାଙ୍କ ପିତା ଭାଗୀରଥି କରଙ୍କ ସହିତ ଅଶ୍ବିନୀ କୁମାର ପାଢ଼ୀ ବହୁମୂଲ୍ୟ ସମୟ ଦେଇ ଛାତ୍ରଛାତ୍ରୀଙ୍କୁ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇ ଥିଲେ ।