ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ତୃତୀୟ ଦିନରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଗୁରୁବାର ଦିନ ତୃତୀୟ ସନ୍ଧ୍ୟାରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ-ତଥା-ଅଧ୍ୟକ୍ଷ , ଜିଲ୍ଲା ସଂସ୍କୃତି ପରିଷଦ ଗଜପତି ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ପ୍ରଦୀପ ମାଝି , ମାନ୍ୟବର ଉପଦେଷ୍ଟା , ସ୍ୱତନ୍ତ୍ର ଉନ୍ନୟନ ପରିଷଦ , ଓଡ଼ିଶା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡ.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହି ଅଧିକାରୀ , ଜିଲ୍ଲାପରିଷଦ , ଗଜପତି ଯୋଗ ଦେଇଥିବା ବେଳେ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ମରିୟୋମ୍ ରଇତ , ଅଧ୍ୟକ୍ଷା , ସ୍ଵତନ୍ତ୍ର ଉନ୍ନୟନ ପରିଷଦ , ଗଜପତି , ପ୍ରଫେସର ଏନ୍.ନାଗାରାଜୁ , କୁଳପତି , ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ , ସମ୍ବଲପୁର , ଡ.ନିହାର ରଞ୍ଜନ ନାୟକ , ସଦସ୍ୟ ସଚିବ , ଜୈବ ବିବିଧତା ବୋର୍ଡ ଓଡ଼ିଶା , ଡ.ରଜତ କୁମାର ପାଣିଗ୍ରାହୀ , ଅଧ୍ୟକ୍ଷ , ସରକାରୀ ଆଇ.ଟି.ଆଇ , ବ୍ରହ୍ମପୁର , ପ୍ରଫେସର ବିପିନ୍ ନାୟକ , କବି , ଓଡ଼ଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ସମସ୍ତ ଅତିଥି ଗଣ ଗଜପତି ଜିଲ୍ଲାର ଲୋକକଳା ,ସଂସ୍କୃତି , ଜନଜାତି , ନୃତ୍ୟ ସଙ୍ଗୀତ , ପରମ୍ପରା ଓ ପର୍ଯ୍ୟଟନ ସ୍ଥଳୀର ବିକାଶରେ ଜିଲ୍ଲା ଅଗ୍ରସର ହେଉଛି ବୋଲି କହିଥିଲେ। ପରେ ପରେ ଜିଲ୍ଲାପାଳ -ତଥା- ଅଧ୍ୟକ୍ଷ , ଜିଲ୍ଲା ସଂସ୍କୃତି ପରିଷଦ , ଗଜପତିଙ୍କ ଦ୍ଵାରା ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରିବା ସହ ୪ଜଣଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା ଓ ସମସ୍ତ ଅତିଥି ମାନଙ୍କୁ ମେମଣ୍ଟୋ ଓ ଉପଢୌକନ ଦେଇ ଗଜପତି ଉତ୍ସବର ସମ୍ମାନିତ କରିଥିଲେ। ଗଜପତି ଐତିହ ଓ ସଂସ୍କୃତି ଉପରେ ଭିଡ଼ିଓ ଉନ୍ମୋଚନ କରାଯାଇଥିଲା।
ଏହି ଅବସରରେ ତୃତୀୟ ଦିନ ସନ୍ଧ୍ୟାରେ ଜିଲ୍ଲା , ତଥା ରାଜ୍ୟ ବାହାର ଜିଲ୍ଳାର ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ। ଯଥା :- ପଶ୍ଚିମବଙ୍ଗର ପୁରୁଲିଆ ଚୌ , ସଂସ୍କୃତି ଭାରତୀ ଓଡ଼ିଶୀ କଳା କେନ୍ଦ୍ର ଭୁବନେଶ୍ୱର , ମୟୂରଭଞ୍ଜ ଚୌ ,ବଲାଙ୍ଗିର ଜିଲ୍ଲାର ନଟରାଜ କଳା ପରିଷଦ ର ବାଜାଶାଳ ନୃତ୍ୟ ଓ ଆମ ଜିଲ୍ଳାର ନୂଆଗଡ , ମୋହନା , ଆର୍.ଉଦୟଗିରି , ନବୋଦୟ ବିଦ୍ୟାଳୟ , ସ୍କେଟିଂ ଟିମ୍ ର ଅଧିବାସୀ ନୃତ୍ୟ , କ୍ରିଏଟିଭ ଆର୍ଟ ଆର୍ଟସ , ସେଞ୍ଚୁରୀୟନ୍ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ମନ ମୋହିଥିଲା।
Sign in
Sign in
Recover your password.
A password will be e-mailed to you.
Next Post