(ମାହାଙ୍ଗା-ଶାସକ ପ୍ରଶାସକ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ଅମିୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ କୁଆଁପାଳ ଜବାହରଲାଲ ନେହେରୁ ମହାବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷା ଦୀପା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲା ବେଳେ ସମ୍ମାନୀତ ଅତିଥିଭାବେ ବ୍ଲକ୍ ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ଅତିରିକ୍ତ ବିଡ଼ିଓ ଜ୍ଞାନରଞ୍ଜନ ପଣ୍ଡା, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲାପରିଷଦ ସୁସ୍ମିତା ଦାସ, ଜଗବନ୍ଧୁ ସେଠୀ, ସେକ ମୁସିଦ ରିୟାଜୁଲ ହୋଦା,ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ଏହି ଶିବିରରେ ଅସ୍ଥିଶଲ୍ୟ, ନାଶା କର୍ଣ୍ଣ, ଗଳା, ସାଇକ୍ରାଟିକ, ଶ୍ରବଣ, ଚକ୍ଷୁ ରୋଗ, ପ୍ରମୁଖ ବିଭିନ୍ନ ବର୍ଗରେ ୫୪୩ ଜଣ ଦିବ୍ୟାଙ୍ଗ ମାନେ ପଞ୍ଜିକୃତ ହୋଇଥିଲେ । ସେଥି ମଧ୍ୟରୁ ବସ୍ ପାସ୍ (୧୮), ଡି ଆର ଆଇ ଲୋନ୍( ୮), ଚକ୍ଷୁ (୫୪), ମାନସିକ ବିକୃତ (୯୫), ଅସ୍ଥିଶଲ୍ୟ (୨୬୦), ମୁକ ବଧିର (୯୧), ସାମାଜିକ ଦକ୍ଷତା (୧୭) ଜଣ ଙ୍କୁ ଚୟନ କରାଯାଇଛି । ଏହି କାର୍ଯ୍ୟକ୍ରମ ପରିଚାଳନା ରେ ମାହାଙ୍ଗା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲଲାଟେନ୍ଦୁ ସେଠୀ, ଯୋଛନାରାଣୀ ମଲ୍ଲିକ, କାର୍ଯ୍ୟକ୍ରମ ସହାୟିକା ମମତା ବେହେରା , ଭିନ୍ନକ୍ଷମ ଶିକ୍ଷୟତ୍ରୀ ଆନନ୍ଦମୟୀ ବେହୁରା ଙ୍କ ସମେତ ସମସ୍ତ ସରପଞ୍ଚ, ସମିତିସଭ୍ୟ, ବ୍ଲକ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.