ବାନ୍ଦୁପାଲି ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ l

0

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ବାନ୍ଦୁପାଲି ସ୍ଥିତ ଆଦର୍ଶ ବିଦ୍ୟାଳୟ ର ୪ର୍ଥ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ରୁଦ୍ର ନାରାୟଣ ଭୋଇ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡିଓ ଚନ୍ଦ୍ରମଣି ନାଗ, ବୁଡେନ ଥାନା ଅଧିକାରୀ କୈଳାଶ ଚନ୍ଦ୍ର ପଧାନ, ଗାଇସିଲେଟ ଓଏଭି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ପ୍ରାଧ୍ୟାପକ ଜୟ କେତନ ତ୍ରିପାଠୀ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ l ମୁଖ୍ୟବକ୍ତାଭାବେ ଦହିତା କଲେଜ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଯୋଗଦେଇ ଶିକ୍ଷା ଉପରେ ନିଜର ବକ୍ତବ୍ୟ ରଖିଥିଲେ l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Leave A Reply

Your email address will not be published.