ଜଗତସିଂହପୁର,ତା-୨୨.୧୨.୨୦୨୩/ସୁମନ୍ତ କୁମାର ଦାସ:ପ୍ରଫୁଲ୍ଲ ପାଠାଗାର ପକ୍ଷରୁ ପଲ୍ଲୀ କବି ଚ ନନ୍ଦକିଶୋର ବଳଙ୍କ ୧୪୮ ତମ ଜୟନ୍ତୀ ଓ ମାଗଣା ଚକ୍ଷୁ ନିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ବଂଶଧର ଆଚାର୍ଯ୍ୟ ଏଥିରେ ଆଧ୍ୟକ୍ଷତା କରି ନନ୍ଦକିଶୋର ବଳ ପଲ୍ଲୀ ଜୀବନର ସାର୍ଥକ ରୂପକାର ଥିଲେ ବୋଲି କହିଥିଲେ । ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାରସ୍ବତ ପରିଷଦର ସଭାପତି ହିମାଂଶୁ ଆଚାର୍ଯ୍ୟ ଯୋଗଦେଇ ନନ୍ଦକିଶୋରଙ୍କ ରଚିତ କାବ୍ୟ ଗ୍ରନ୍ଥ ପଲ୍ଲୀଚିତ୍ର,ନୀର୍ଝରିଣୀ, ବସନ୍ତ କୋକିଳ, ଚାରୁଚିତ୍ର ଓ ତରଙ୍ଗିଣୀ ଆଦି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଅଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ନିମ୍ନମାଧ୍ୟମିକ ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ ଶାରଦା ପ୍ରସନ୍ନ ସିଂହ ତାଙ୍କ ବକ୍ତବ୍ୟରେ କହିଥିଲେ ସେ ଏହି କ୍ଷଣଜନ୍ମା ସାରସ୍ଵତ ସାଧକ ପଲ୍ଲୀ ପକୃତିର ସୁନ୍ଦର ଚିତ୍ର ଓ ମନୋରମ ବର୍ଣ୍ଣନା କରିଥିବାରୁ ଏହା ତାଙ୍କୁ ପଲ୍ଲୀକବିର ପରିଚୟ ଦେଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ରବୀନ୍ଦ୍ର ନାଥ ସାହୁ, ଗଙ୍ଗାଧର ଦାଶ, ଘନଶ୍ୟାମ କାନୁନ୍ଗୋ, ସତ୍ୟବାଦୀ ଦାସ, କୈଳାସ ଚନ୍ଦ୍ର ପତି, ନିମ୍ନମାଧ୍ୟମିକ ଅବସରପ୍ରାପ୍ତ ଜଗତସିଂହପୁର: ମଣ୍ଡଳର ସମ୍ପାଦକ ବିଜୟ କୁମାର ପତି, ରମେଶ ଚନ୍ଦ୍ର ସାହୁ, ରମାକାନ୍ତ ସାମନ୍ତରାୟ, ଅଳୟ କୁମାର ପତି, ବଂଶୀଧର ବିଶ୍ଵାଳ, ଚନ୍ଦ୍ରଶେଖର ରାୟ ପ୍ରମୁଖ ଆଲୋଚନାରେ ଲାଗନେଇ ନନ୍ଦକିଶୋର ବଳଙ୍କ ବହମୁଖୀ ସାରସ୍ୱତ ପ୍ରତିଭା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଏଥିସହିତ ଜେ.ପି.ଏମ୍ ରୋଟାରୀ ଆଏ ହସ୍ପିଟାଲ ଦ୍ବାରା ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ପରିଚାଳନାରେ ନଳିନୀ ନାୟକ, ଆୟେଷା ଦାସ, ସାଇପ୍ରିୟା ସାହୁ, ଟୁଟୁ ମଲ୍ଲିକ ଓ ସରୋଜ ବେହେରା ସହାୟତା କରିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ତଥା ଶିକ୍ଷାବିତ୍ ରବୀନ୍ଦ୍ର ନାଥ ତ୍ରିପାଠୀଙ୍କ ୭୪ତମ ଜନ୍ମଦିନ ପାଳନ ଅବସରରେ ତାଙ୍କୁ ପ୍ରଫୁଲ୍ଲ ପାଠାଗାର ତରଫରୁ –ପୁଷ୍ପଗୁଚ୍ଛ ଦେଇ ସମ୍ବନ୍ଧିତ କରାଯାଇଥିଲା । ଶେଷରେ ପାଠାଗାରର ସମ୍ପାଦକ ସୁରେନ୍ଦ୍ର ରାୟ ଧନ୍ୟବାଦ ଦେଇଥିଲେ ।