ମାହାଙ୍ଗା କ୍ରୀଡା ଉତ୍ସବ ଉଦଯାପିତ : ଯୁବ ପ୍ରତିଭା ଙ୍କୁ ଲୋକ ଲୋଚନକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ଏକ ଅଭିନବ ପଦକ୍ଷେପ -ବିଧାୟକ ପ୍ରତାପ ଜେନା l

0 1

(ମାହାଙ୍ଗା – ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ମାହାଙ୍ଗା ବ୍ଲକ ସ୍ତରୀୟ ହକି, ଫୁଟବଲ, ଭଲିବଲ, ଖୋ ଖୋ, କବାଡି ଏବଂ କ୍ରିକେଟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି l ମାହାଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ ଅମୀୟ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଏହି କ୍ରିଡା ଉତ୍ସବ କୁ ଉଦଯାପନ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଏପରିକି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହି ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଏକ ବିକଶିତ କାର୍ଯ୍ୟକ୍ରମ, ଯାହାଦ୍ୱାରା ଗ୍ରାମାଞ୍ଚଳ ର ଯୁବ ଖେଳାଳି ମାନଙ୍କ ମଧ୍ୟରେ ଲୁକାୟିତ ହୋଇ ରହିଥିବା ପ୍ରତିଭାକୁ ଲୋକ ଲୋଚନକୁ ଅଣାଯାଇପାରିବ ଏବଂ ସମସ୍ତ କୃତୀ ପ୍ରତିଯୋଗି ମାନଙ୍କୁ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଖେଳିବାର ସୁଯୋଗ ମିଳିପାରିବ ଯାହାକି ଏକ ଅଭିନବ ପ୍ରୟାସ ବୋଲି ମତପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ଜେନାଙ୍କ ସହିତ ବିଡ଼ିଓ ଅମୀୟ କୁମାର ପଣ୍ଡା, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବିଇଓ ଚକ୍ରଧର ବେହେରା,ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଜିଲ୍ଲାପରିଷଦ ସୁସ୍ମିତା ଦାସ, ସେକ ରିୟାଜୁଲ ହୋଦା, ଯୁବନେତା ଅମୀୟ ନାୟକ, ଭବାନୀଶଙ୍କର ସାମଲ ଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ, ସରପଞ୍ଚ, ସମିତିସଭ୍ୟ, ଗ୍ରାମବାସୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଜୁ ଜନତା ଦଳ ନେତୃବୃନ୍ଦ,ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତା ଯୋଗଦାନ କରିଥିଲେ l ଏହି କ୍ରୀଡାକୁ ଦେଖିବା ନିମନ୍ତେ ସ୍ଥାନୀୟ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ କ୍ରୀଡା ପ୍ରେମୀ ମାନଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା l ଶେଷରେ ବିଧାୟକ ଶ୍ରୀ ଜେନା ଚମ୍ପିୟନ, ରନର୍ସଅପ ଏବଂ ସମସ୍ତ କ୍ରୀଡା ରେ କୃତିତ୍ୱ ଲାଭ କରିଥିବା ଖେଳାଳି ମାନଙ୍କୁ ଟ୍ରଫି ଏବଂ ପୁରସ୍କାର ଅର୍ଥ ରାଶି ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ l ବ୍ଲକ ସ୍ତରରେ ମନୋନୀତ ହୋଇଥିବା ପ୍ରତିଭାଧାରୀ ଖେଳାଳି ମାନଙ୍କୁ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଥିଲା l

Leave A Reply

Your email address will not be published.