ରାଉରକେଲା, (ବସନ୍ତ କୁମାର ଜେନା): ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ନେତୃତ୍ବରେ ଯୁବ ମୋର୍ଚ୍ଚା କର୍ମୀ ମାନେ ହଇଜା ରୋକିବାରେ ସରକାରଙ୍କ ବିଫଳତା, ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ୱାଟକୋର ବିଫଳତା ପ୍ରତିବାଦରେ ପାନପୋଷ ସ୍ଥିତ ୱାଟକୋ କାର୍ଯ୍ୟଳୟ ଘେରାଉ କରିଥିଲେ । ବକ୍ତା ମାନେ ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ୱାର୍ଡ ରେ ଦେଖାଯାଇଥିବା ହଇଜା ରୋଗ ବ୍ୟାପିବା ସହିତ ବହୁ ଅମୁଲ୍ୟ ଜୀବନ ଯିବା ଅତ୍ୟନ୍ତ ଦୁଃଖଦ ବୋଲି କହିଥିଲେ । ମହାନଗର ନିଗମର ଅପାରଗତା ପଣିଆ ଏବଂ ରାଜ୍ୟ ସରକାରଙ୍କ ସାଧାରଣ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ବିଫଳତା , ପାନୀୟ ଜଳ ପାଇପ ଲାଇନ ଡ୍ରେନରେ ନିଆଯାଇ ଥିବା ଯୋଗୁଁ ପାଇପ ଫାଟିଲେ ଡ୍ରେନ ମଇଳା ପାଣି ମିଶିବା ଉପରେ ରାଜ୍ୟସରକାରଙ୍କୁ କଡା ସମାଲୋଚନା କରିଥିଲେ । ଆର.ଜି .ଏଚ ଓ ଅନ୍ୟାନ୍ୟ ହସ୍ପିଟାଲ ଗୁଡ଼ିକରେ ସଚେତନତା ପାଇ ୨୪ ଘଣ୍ଟିଆ ଯୋଗାଯୋଗ ବ୍ୟବସ୍ଥା , ସମସ୍ତ ଜଳ ଯୋଗାଣ ଟାଙ୍କି ଗୁଡ଼ିକୁ ସଫା ଓ ସୁତୁରା ରଖିବା, ଡାକ୍ତର ଓ ଷ୍ଟାଫ ଙ୍କୁ ସଂକ୍ରମିତ ଅଞ୍ଚଳକୁ ପଠାଇବା, ଆବଶ୍ୟକୀୟ ଔଷଧ ସବୁ ହସ୍ପିଟାଲରେ ଉପଲବ୍ଧ କରାଇବା, ହସ୍ପିଟାଲରେ ଆବଶ୍ୟକୀୟ ଶଯ୍ୟାର ବ୍ୟବସ୍ଥା କରିବା, ସଂକ୍ରମିତ ଅଞ୍ଚଳରେ ପ୍ରଶାସନ ତରଫରୁ ନିଃଶୁଳ୍କ ଖାଦ୍ୟ ଯୋଗାଇ ଦେବା, ପିଇବା ପାନୀୟ ଜଳ ସୁବ୍ୟବସ୍ଥା କରିବା , ସ୍କୁଲ ଅନୁଷ୍ଠାନ ଗୁଡ଼ିକରେ ସଚେତନତା ପାଇଁ ପଦକ୍ଷେପ ନେବା, ପ୍ରଶାସନ ତରଫରୁ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନେବା ଆଦି ଦାବି କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭା ନେତ୍ରୀ କଳ୍ପନା ଲେଙ୍କା, ଶଶାଙ୍କ ଜେନା, ଅବୋଧ ରାୟ କୈଳାଶ ରାଉତ, କମଲେଶ ସାହା, ହିରୋଜ ରାୟ, ଶ୍ରୀକାନ୍ତ ରାୟ, ଆଶିଷ ଶର୍ମା,ଗୌରହରି ନାୟକ, ଆତିଶ କୁମାର,ପ୍ରଶାନ୍ତ ବାରିକ, ରାଧେ ନାଗ, କିଶୋର ବାନଛୋର, ରାଜକିଶୋର ଭଞ୍ଜଙ୍କ ସମେତ ଶତାଧିକ କର୍ମୀ ଅଂଶ ଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.