ନୂଆ-ଓ, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ କ୍ରୀଡା ଉତ୍ସବ ଉଦଘାଟିତ l

0 2

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ରେ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି l ଏହି କ୍ରୀଡା ଉତ୍ସବରେ 103 ଟି ଦଳ ଭାଗ ନେଇଥିଲା ବେଳେ ପ୍ରତ୍ୟକ କୃତୀ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ରହିଥିବା ଲୁକାୟିତ ପ୍ରତିଭା କୁ ଅନ୍ୱେଷଣ କରାଯିବା ସହିତ ସେମାନଙ୍କ ମଧ୍ୟରେ ରହିଥିବା ପ୍ରତିଭା କୁ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ କରାଯିବ ଯାହାଦ୍ୱାରା ସମସ୍ତ ପ୍ରତିଭାବାନ ଗ୍ରାମାଞ୍ଚଳର ଯୁବ ଖେଳାଳି ମାନେ ଲୋକ ଲୋଚନକୁ ଆସିପାରିବେ ଏହାହିଁ ଏହି କାର୍ଯ୍ୟକ୍ରମ ର ଉଦେଶ୍ୟ ଏବଂ ଲକ୍ଷ୍ୟ l ବିଶେଷ କରି ଫୁଟବଲ, ଖୋ ଖୋ, କବାଡି, କ୍ରିକେଟ, ଭଲି ଆଦି ପ୍ରତିଯୋଗିତା ଏହି ବ୍ଲକ ଅଞ୍ଚଳର 4 ଗୋଟି ସ୍ଥାନରେ ଅନୁଷ୍ଠିତ କରାଯାଉଅଛି l ପ୍ରଥମ ପର୍ଯ୍ୟୟ ରେ କ୍ରିକେଟ ପ୍ରତିଯୋଗିତା ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ନାଳିପଡ଼ିଆ ଏବଂ କେରିଲୋ ପଞ୍ଚାୟତ ହାଣ୍ଡିଭଙ୍ଗା ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ବିଡ଼ିଓ ଧର୍ମରଞ୍ଜନ ପଣ୍ଡା, ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା ଉଦ୍ଘାଟନ କରିଥିଲା ବେଳେ ଅତିଥି ଭାବେ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପୂର୍ବତନ ବ୍ଲକ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ଜିଲ୍ଲା ସଂଯୋଜକ ଜ୍ଞାନରଞ୍ଜନ ରାଉତ, ବ୍ଲକ ସଂଯୋଜକ ହୃଷିକେଶ ସ୍ୱାଇଁ,ରୁଦ୍ରପ୍ରସାଦ ମହାନ୍ତି, ଜିଲ୍ଲାପରିଷଦ ଭୁପତିଭୁଷଣ ଷଣ୍ଡ, ଜସ୍ମିତା ସେଠୀ, ବିପ୍ଳବ କାପ, ସରପଞ୍ଚ ତିଳୋତମା ରାଉତ, ଭାରତୀ ସ୍ୱାଇଁ, ସମିତିସଭ୍ୟ ନର୍ମଦା ରାଉତ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ବ୍ଲକ କର୍ମଚାରୀ,ସ୍ୱାସ୍ଥ୍ୟ କର୍ମଚାରୀ ଯୋଗଦାନ କରିଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏଭଳି କାର୍ଯ୍ୟକ୍ରମ କୁ ଖେଳାଳି ଭାଇ ଏବଂ ଭଉଣୀ ମାନେ ଦୃଢ ପ୍ରଶଂସା କରିଥିଲେ l

Leave A Reply

Your email address will not be published.