ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନୂଆଁ-ଓ ର ସାଂସ୍କୃତିକ ଉତ୍ସବ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସାଂସ୍କୃତିକ ଉତ୍ସବରେ ଅଧ୍ୟପକ ଡ଼ଃ ଗୁରୁମୂର୍ତ୍ତି ନାୟକ,ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ,ଅଧ୍ୟାପକ ସପନ କୁମାର ପ୍ରଧାନ, ଅଧ୍ୟପିକା ପିଙ୍କି ପାତ୍ର, ସାମ୍ବାଦିକ ଶିବରାମ ଚୌଧୁରୀ ଯୋଗଦାନ କରି ପରିଚାଳନା କରିଥିଲେ। ଏଥିରେ ପ୍ରବନ୍ଧ, ବକ୍ତୃତା,ଗଳ୍ପ ଲିଖନ ଓ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ରେ ବହୁ ଛାତ୍ର ଛାତ୍ରୀ ଯୋଗଦେଇ ନିଜର ମୌଳିକ ଦକ୍ଷତା ପ୍ରଦର୍ଶନ କରି କୃତିତ୍ୱ ହାସଲ କରିଥିଲେ। ଏହି ଉତ୍ସବରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.