କାଶୀପୁର: ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, କାଶୀପୁର ବ୍ଲକ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର କାଶୀପୁର ସ୍ଥିତ ବ୍ଲକ ଅଫିସ ପରିସର ଠାରେ ଅନୁଷ୍ଠିତ ହୋଇଅଛି । ଉକ୍ତ ଦିବସରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାଶୀପୁର, ଶ୍ରୀମତୀ ମନୀଷା ଦାସ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, କାଶୀପୁର, ରାୟଗଡ଼ ଭିନ୍ନକ୍ଷମ ମହାସଂଘ ତଥା ଓଡିଶା ବିକଳାଙ୍ଗ ମଞ୍ଚର କର୍ମକର୍ତ୍ତା ବୃନ୍ଦ ଶିବିରରେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୪୮ ଜଣ ଭିନ୍ନକ୍ଷମଙ୍କ ପଞ୍ଜୀକରଣ କରାଯିବା ସହ ୨ ଜଣ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର, ୩ ଜଣଙ୍କୁ ଆଶାବାଡି, ୨ ଜଣଙ୍କୁ ଶ୍ରବଣ ଯନ୍ତ୍ର, ୧୪ ଜଣଙ୍କୁ ଆୟ ପ୍ରମାଣପତ୍ର ପ୍ରଦାନ କରାଗଲା। ଏତଦବ୍ୟତୀତ, ୬ ଜଣଙ୍କ ଡ଼ି.ଆର.ଆଇ. ରୂଣ ଫର୍ମ, ୬ ଜଣଙ୍କ ଭିନ୍ନକ୍ଷମ ଭତ୍ତା ଫର୍ମ, ଗୋଟିଏ ବିବାହ ପ୍ରୋତ୍ସାହନ ଫର୍ମ, ୩ ଜଣଙ୍କ ବାଣିଶ୍ରୀ ଫର୍ମ ଓ ୭୬ ଜଣଙ୍କ ବସ ପାସ ଫର୍ମ ସଂଗ୍ରହ କରାଯାଇଅଛି, ଯାହା ଆଗାମୀ ଦିନରେ ଅନୁମୋଦନ କରାଯାଇ ପ୍ରଦାନ କରିବାର ବ୍ୟବସ୍ଥା କରାଯିବ ।
Sign in
Sign in
Recover your password.
A password will be e-mailed to you.