ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ:ରାଜ୍ୟ ସରକାରଙ୍କ ତରଫରୁ ନବରଙ୍ଗପୁର ମହିଳା ସ୍ନାତକ ମହାିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି । ଇତି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ କ୍ରୀଡ଼ା ଭିତ୍ତିକ କାର୍ଯ୍ୟକ୍ରମ ଯଥା – ବ୍ୟାଡମିଣ୍ଟନ, କବାଡି ଫାଇନାଲ ଦୌଡ଼, ଦଉଡ଼ି ଟଣା ଇତ୍ୟାଦି ପ୍ରତିଯୋଗିତାରେ ବହୁସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଆଜିର ଏହି ଉତ୍ସାବରେ ମୁଖ୍ୟ ଅତିଥି ରୂପେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମିଶ୍ର ଯୋଗଦେଇ ଛାତ୍ରୀମାନେ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ ବୋଲି ବାର୍ତ୍ତା ପ୍ରଚାର କରିଥିଲେ । ସମ୍ମାନିତ ଅତିଥି ଭବେ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁନୀଲ ଖରା ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ଦେଶର ସୁନାମ ଅକ୍ଷୁର୍ଣ୍ଣ ରଖିବାକୁ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ତା ସହିତ ମାନନୀୟ ଛାତ୍ର ବିଜୁ ଜନତା ଦଳର ସଭାପତି ଲଳିତ ସେଠୀ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସ୍ଵପ୍ନ କୁ ସାକାର କରିବାର ବାର୍ତ୍ତା ପ୍ରେରଣ କରିଥିଲେ ଏବଂ ଛାତ୍ର ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ସୁମିତ ପାଳ ଯୋଗଦେଇ ସରକାରଙ୍କର ଏହି ପ୍ରୟାସ ଛାତ୍ରୀ ମାନଙ୍କୁ କିପରି ପ୍ରେରଣା ଯୋଗାଇବ ସେ ବିଷୟରେ ଅବଗତ ଆରାଇଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମଲେଶ୍ଵରୀ ସାହୁ ଯୋଗଦେଇ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ଶିକ୍ଷା ବିଭାଗର ଅଧ୍ୟାପିକା ଡ଼ ସଂଯୁକ୍ତା ପଣ୍ଡା ମଞ୍ଚ ପରିଚାଳନା କରୁଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସମେତ ସମସ୍ତ କର୍ମଚାରୀ ଏବଂ ବହୁ ସଂଖ୍ୟକ ଛାତ୍ରୀମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.