କାଲି ଆଖି ଦୋଷ ଅଛି ବୋଲି କହିଥିଲେ, ଆଜି ବିରୋଧୀଙ୍କୁ ଛିଗୁଲେଇଲେ ପାଣ୍ଡିଆନ

0 2

କହିଲେ ” ପିଲାଏ ବୁଝୁଛନ୍ତି, ହେଲେ ବିରୋଧୀ ବୁଝିପାରୁନାହାନ୍ତି”

ମ୍ୟାଜିକ୍ କରିବ ମୟୂରଭଞ୍ଜ, ୫୬ରୁ ୫୬ : ପାଣ୍ଡିଆନ

ଭୁବନେଶ୍ୱର : “କେଉଁ ରାଜ୍ୟ ସମଗ୍ର ଭାରତ ବର୍ଷର କ୍ରିଡା ରାଜଧାନୀ ? ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେଉଁ ରାଜ୍ୟକୁ ଜାତିସଂଘରୁ ସମ୍ମାନ ମିଳିଛି ? କେଉଁ ରାଜ୍ୟ ଏବେ ବଳକା ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଛି ? କେଉଁ ଜିଲ୍ଲା ଦେଶର ଏକ ନମ୍ବର ଜିଲ୍ଲା ?” ଏଭଳି କିଛି ପ୍ରଶ୍ନ ପିଲାମାନଙ୍କୁ ପଚାରିଥିଲେ ଫାଇଭ ଟି ଅଧକ୍ଷ । ପିଲାମାନେ ଉଚ୍ଚ ସ୍ୱରରେ ଏସବୁର ଉତ୍ତର ଓଡିଶା ଓ ମୟୂରଭଞ୍ଜ ବୋଲି ଯଥାକ୍ରମେ ଦେଇଥିଲେ । ଛଉ ପଡିଆଠାରେ ଆୟୋଜିତ ସାଧାରଣ ସଭାକୁ ଉଦ‌ବୋଧନ ଦେବା ପୂର୍ବରୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ମଧ୍ଯ ଭି କାର୍ତିକେୟନ ପାଣ୍ଡିଆନ ପିଲାଙ୍କୁ ଏପରି କିଛି ପ୍ରଶ୍ନ ପଚାରିଥିଲେ । ଏ ପ୍ରଶ୍ନ ପିଲାଙ୍କ ପାଇଁ ଯେତିକି ନଥିଲା, ରୂପାନ୍ତରଣ ନେଇ ପ୍ରଶ୍ନ କରୁଥିବା ଓ କିଛି ହୋଇନି ବୋଲି ସମାଲୋଚନା କରୁଥିବା ବିରୋଧୀଙ୍କ ପାଇଁ ଅଧିକ ଉଦ୍ଦିଷ୍ଟ ଥିଲା । ପ୍ରଥମେ ବିରୋଧୀଙ୍କ ଦୃଷ୍ଟିଦୋଷ ଅଛି ବୋଲି ସମାଲୋଚନା କରିଥିବା ବେଳେ ଆଜି ବିରୋଧୀ ଦଳଙ୍କୁ ଛିଗୁଲେଇକି ଏ ପ୍ରଶ୍ନ କରିବା ସହ କହିଥିଲେ ଯେ କଲେଜରେ ପାଠପଢୁଥିବା ପିଲାମାନେ ଯେତେବେଳେ ରୂପାନ୍ତରଣକୁ ବୁଝିପାରୁଛନ୍ତି, କିଛି ଲୋକ ଏହାକୁ କେମିତି ବୁଝୁନାହାଁନ୍ତି ବୋଲି ପରୋକ୍ଷରେ ସୂଚେଇବାକୁ ଋହିଁଥିଲେ ଫାଇଭ ଟି ଅଧକ୍ଷ ।
ଛଉ ପଡିଆଠାରେ ଆୟୋଜିତ ସାଧାରଣ ସଭାକୁ ଉଦ‌ବୋଧନ ଦେଇ ବିଜେଡି ନେତା ଫାଇଭ ଟି -ନବୀନ ଓଡିଶା ଅଧ୍ଯକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ” ଏ ସରକାର ବିଜେଡି ସରକାର ନୁହେଁ, ଏହା ଆପଣମାନଙ୍କର ସରକାର, ଲୋକଙ୍କ ସରକାର । ଆପଣମାନେ ଯେତେବେଳେ ଯାହା ଚାହିଁବେ, ଏ ସରକାର ତାହା କରିବ । ସମଗ୍ର ଓଡିଶାବାସୀ ନବୀନଙ୍କ ପରିବାର, ବିଜୁ ପରିବାର ।”
ବିଜେଡି ପ୍ରତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ଵାସ ଅଧିକ ସୁଦୃଢ ହୋଇଛି । ନିଜ ଅଭିଭାଷଣରେ ନବୀନ ପଟ୍ଟନାୟକଙ୍କୁ ତୁଙ୍ଗ ଜନନାୟକ ବୋଲି କହିବା ସହ ଓଡିଶାବାସୀଙ୍କ ପାଇଁ ତାଙ୍କ ସମର୍ପଣର ବିଭିନ୍ନ ଉଦାହରଣ ଦେଇଥିଲେ ଶ୍ରୀ ପାଣ୍ଡିଆନ୍ । ଜିଲ୍ଲାରେ ୫୬ ଜିଲ୍ଲା ପରିଷଦ ଆସନରୁ ୫୩ ଜିଲ୍ଲା ପରିଷଦ ଆସନ ଜିତି ମ୍ୟାଜିକ କରିଛି ମୟୂରଭଞ୍ଜ । ଆଗାମୀ ଦିନରେ ଏକାଠି କାମକଲେ ୫୬ରୁ ୫୬ ଭଳି ମ୍ୟାଜିକ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।
Image୭୭ ବର୍ଷ ବୟସରେ ମଧ୍ୟ ଚଳଚଞ୍ଚଳ ମୁଖ୍ୟମନ୍ତ୍ରୀ ଲୋକ କଲ୍ୟାଣ ପାଇଁ ଅହରହ ପରିଶ୍ରମ କରୁଛନ୍ତି । ତାଙ୍କୁ ୨୪ ଘଣ୍ଟା ଦେଖି ଦେଖି ସେ ନିଜେ ପ୍ରେରଣା ପାଇଛନ୍ତି ବୋଲି କହିଥିଲେ ଶ୍ରୀ ପାଣ୍ଡିଆନ । ଓଡିଶା କିଭଳି ନୂଆ ଓଡିଶା ଆଡକୁ ଅଗ୍ରସର ହେଉଛି ତାର ଗୋଟି ଗୋଟି ଉଦାହାରଣ ଦେବା ଛଳରେ ସେ ପରୋକ୍ଷରେ ବିକାଶ ବିରୋଧୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଏହା ଯଦି ରୂପାନ୍ତରଣ ନୁହେଁ, ଏହା ଯଦି ନୂଆ ଓଡିଶାର ଯାତ୍ରା ନୁହେଁ, ତାହା ହେଲେ ଆଉ କଣ ? ନିଜ ବକ୍ତବ୍ୟରେ ସେ ପ୍ରତି ପଞ୍ଚାୟତରୁ ବସ ଗଡିବା ପାଇଁ ହୋଇଥିବା ଲକ୍ଷ୍ମୀ ଯୋଜନାଠୁ ଆରମ୍ଭ କରି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, ଫାଇଭ ଟି ଅଧୀନରେ ସ୍କୁଲ ଓ କଲେଜର ରୂପାନ୍ତରଣ ପ୍ରସଙ୍ଗ ଉତଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗରିବରୁ ଗରିବତମ ଲୋକଙ୍କୁ ଏଭଳି ସଶକ୍ତ କରିଛନ୍ତି ଯେ, ସେମାନେ ଆଜି ନିଜ ସନ୍ତାନଙ୍କୁ ଡାକ୍ତର, ଇଂଜିନିୟର ଭଳି ବଡ ବଡ ବୃତିରେ ଦେଖୁବା ସ୍ବପ୍ନକୁ ସାକାର କରିପାରୁଛନ୍ତି ବୋଲି ସେ କହିଥିଲେ ।

Image ମୁଖ୍ୟମନ୍ତ୍ରୀ ଆମ ବାପା ପରି, ଆମ ଗୁରୁ ପରି । ସେ ହେଉଛନ୍ତି ସମଗ୍ର ଓଡ଼ିଶାବାସୀଙ୍କ ପ୍ରେରଣା, ସାଢ଼େ ୪ କୋଟି ଲୋକଙ୍କ ପ୍ରେରଣା । ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି ପରିଶ୍ରମ କରିବାର କାରଣ ହେଉଛି ରାଜ୍ୟବାସୀଙ୍କ ମୁହଁରେ ହସ ଫୁଟାଇବା । ଏହା ତାଙ୍କର ଏକମାତ୍ର ଲକ୍ଷ୍ୟ । ରାଜ୍ୟବାସୀଙ୍କ ପାଇଁ କାମ କରିବା ସେ ନିଜର ଭାଗ୍ୟ ବୋଲି ମନେକରନ୍ତି । ଏହି ଏକମାତ୍ର ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରନ୍ତି । ସେ ବିଜୁ ପଟ୍ଟନାୟକଙ୍କ ପୁଅ । ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେଲେଣି । ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେଲେ ବି ଫରକ ପଡିବନି । କିନ୍ତୁ ତାଙ୍କର ଉଦ୍ଦେଶ୍ୟ ହେଉଛି ଭଲ ସରକାର ଗଠନ ଓ ନୂଆ ଓଡ଼ିଶା ଗଠନ । ଏ ସବୁ ପାଇଁ ସେ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଥିଲେ ।
Imageଏହି ସଭାରେ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାଣ୍ଡି, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ମୟୂରଭ୍ରଂଜ ଜିଲ୍ଲା ପରିଷଦ ଅଧକ୍ଷା ଭାରତୀ ହାଁସଦା, ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ. ଦେବାଶିଷ ମାରାଣ୍ଡି, ବାରିପଦା ପୌର ପରିଷଦ ଅଧ୍ଯକ୍ଷ କୃଷ୍ଣାନନ୍ଦ ମହାରି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.