ଡ଼ଙ୍ଗାଘାଟ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ସମାରୋହ ଉଦଯାପିତ l

0 2

ପଦ୍ମପୁର :- ଡ଼ଙ୍ଗାଘାଟ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ବରଗଡ ପୂର୍ବତନ ସାଂସଦ ଡଃ ପ୍ରଭାସ କୁମାର ସିଂ ମୁଖ୍ଯଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ପଞ୍ଚାୟତ ସ୍ତରୀୟ ଖେଳ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ l ଏଲ୍ ଏନ୍ ପି ପି ଅଧ୍ୟକ୍ଷ ଦିନେଶ ପାଣିଗ୍ରାହୀ, ସରପଞ୍ଚ ସଙ୍କର୍ଷଣ ନାଗ ଯୋଗ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ଗାଇସିଲେଟ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଜୟ କେତନ ତ୍ରିପାଠୀ ଯୋଗଦେଇ ନିଜର ସୁମଧୁର ବକ୍ତବ୍ୟ ରଖିଥିଲେ l ସମାଜସେବୀ ଚନ୍ଦ୍ର ଶେଖର ସାହୁ ସଭାପତିତ୍ବ କରିଥିବା ବେଳେ ପ୍ରଧାନ ଶିକ୍ଷକ ରବି ଶଙ୍କର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.