ଓଡ଼ଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକୁ ଶୁଣି ବିଚାର କରିଥିଲେ । ଏବଂ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଚାରୁ ବଳ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ପଣ୍ଡା, ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଅତିରିକ୍ତ ବିଡିଓ କବିତା କୁମାରୀ ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର, ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ, ଓଡ଼ଗାଁ ମଣ୍ଡଳ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁଙ୍କ ସହିତ ଜିଲ୍ଲାର ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇ ଜିଲାପାଳଙ୍କୁ ସହଯୋଗ କରିଥିଲେ । ଆଜି ପଞ୍ଜିକୃତ ୧୨୦ ଗୋଟି ଅଭିଯୋଗ ମଧ୍ୟରୁ ୪୫ଟି ବ୍ୟକ୍ତିଗତ, ୫ ଗୋଟି ସାମୁହିକ ଓ ସର୍ବାଧିକ ୭୦ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସମ୍ପର୍କିତ ସମସ୍ୟା ରହିଥିବା ବେଳେ ରେଡ଼କ୍ରସ ସମ୍ବନ୍ଧୀୟ କୈାଣସି ଅଭିଯୋଗ ନଥିବା ଦେଖାଯାଇଥିଲା । ଶିବିରରେ ୭୭ ସମସ୍ୟାର ତତ୍କାଳ ସମାଧାନ ହୋଇଥିବା ବେଳେ ଅବଶିଷ୍ଟ ମାମଲାଗୁଡିକ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନ୍ୟ ପକ୍ଷରେ ହରିଡାବନ୍ଧ ପଞ୍ଚାୟତର ସନେଇ ସେନାପତିଙ୍କୁ ଜିଲ୍ଲାପାଳ, ଅତିରିକ୍ତ ଏସପି, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖଙ୍କ ଉପସ୍ଥିତିରେ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା ।ବିଶେଷ କରି ମୋ ଘର ଯୋଜନାରୁ ବଞ୍ଚିତଥିବା ଯୋଗ୍ୟ ହିତାଧୁକାରୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ପ୍ରଦାନ ରଖିଥିଲେ । ଏବଂ ରାସନ କାର୍ଡରେ ନୂତନ ନାମ ସଂଯୋଗ ନିମନ୍ତେ ଅନେକ ହିତାଧିକାରୀ ଅଭିଯୋଗ କରିଥିବା ବେଳେ ପର୍ଯ୍ୟାୟ କ୍ରମେ ନାମ ସଂଯୋଗ କରାଯିବ ବୋଲି ବ୍ଳକ ପ୍ରଶାସନ ତରଫରୁ କୁହାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post