ଶ୍ରୀରଘୁନାଥ ଜିଉଙ୍କ ଘୋଡ଼ଲାଗି ବେଶ ଆରମ୍ଭ,

0 2

ଓଢଣଷଷ୍ଠୀ ତଥା ପ୍ରାବରଣ ତିଥି ଠାରୁ ମାଘଶୁକ୍ଲ ବରଦା ଚତୁର୍ଥି ୨ମାସ ଧରି ଶ୍ରୀଜିଉମାନେ ଶୀତବସ୍ତ୍ର ପରିଧାନ କରିଥାନ୍ତି

ଓଡଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଠାରେ ବିଜେ ପ୍ରଭୁ ଶ୍ରୀରଘୁନାଥଜିଉଙ୍କ ମାନବୀୟ ଲିଳା ଆଧାରରେ ମାର୍ଗଶୀର ଶୁକ୍ଳ ପ୍ରାବରଣ ଷଷ୍ଠୀ ଠାରୁ ଘୋଡ଼ ଲାଗି ବେଶ ଆରମ୍ଭ ହୋଇ ଶ୍ରୀପଂଚମୀ ପର୍ଯ୍ୟନ୍ତ ଏହା ଚାଲୁ ରହିଥାଏ । ଋତୁଚକ୍ରର ଆଧାରରେ ମନୁଷ୍ୟ ଜୀବନ ଚର୍ଯ୍ୟାରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ମନୁଷ୍ୟ ସମାଜର ମଙ୍ଗଳ ଏବଂ ଉଚିତ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଯୁଗେ ଯୁଗେ ମହାତ୍ମାମାନେ ନାନା ଅବତାର ନେଇ ଧରାଧାମରେ ଅବତିର୍ଣ୍ଣ ହୋଇ ଯେଉଁ ମାର୍ଗ ଦର୍ଶନ କରି ଯାଇଛନ୍ତି, ପରବର୍ତି ସମୟରେ ଅନ୍ୟମାନେ ତାକୁ ଅନୁକରଣ ଓ ପାଳନ କରିଥାନ୍ତି । ଶୀତଋତୁର ପ୍ରବେଶରେ ଶୀତର ପ୍ରକୋପରୁ ଶରୀରକୁ ସୁରକ୍ଷା ଦେବା ପାଇଁ ଆମେ ଯେପରି ଉଷ୍ମ ବସ୍ତ୍ରରେ ଶରୀରକୁ ଆଛ୍ଛାଦନ କରୁ ଠିକ୍ ସେହିପରି ଶରୀରକୁ ଉଷ୍ମତା ପ୍ରଦାନ କରି ଶୀତରୁ ରକ୍ଷା କରିବା ପାଇଁ ପ୍ରଭୁଙ୍କ ଶ୍ରୀମୁଖକୁ ଛାଡି ସର୍ବାଙ୍ଗକୁ ଆଚ୍ଛାଦିତ କରାଯାଏ। ଏହାକୁ ପ୍ରଭୁଙ୍କର ଘୋଡ଼ଲାଗି ବେଶ ବୋଲି କୁହାଯାଏ। ଓଢଣଷଷ୍ଠୀ ତଥା ପ୍ରାବରଣ ତିଥି ଠାରୁ ମାଘଶୁକ୍ଲ ବରଦା ଚତୁର୍ଥି ୨ମାସ ଧରି ଶ୍ରୀଜିଉମାନେ ଶୀତବସ୍ତ୍ର ପରିଧାନ କରିଥାନ୍ତି । ଏବଂ ଶ୍ରୀପଂଚମୀଠାରୁ ଶ୍ରୀଜିଉ ମାନେ ପୁନଶ୍ଚ ସାଧାରଣ ବେଶରେ ଦର୍ଶନ ଦେଇଥାନ୍ତି । ଆଜିଭୋର ସାଢେ୪ଟାରେ ମଙ୍ଗଳଆଳତି, ସ୍ନାନ, ଅବକାଶ, ପଂଚାମୃତସ୍ନାନ, ଦର୍ପଣୀସ୍ନାନ, ତଡପ ଲାଗି, ମଇଲମ, ଖଟଣ ନୀତି ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଭାଗବତଜିଉ ପୂଜା, ଲ୍ଲଭ ନୀତି ସହିତ କର୍ପୁର ଆଳତୀ, ଖେଚୁଡି ଧୂପ, ମହାଆଳତୀ ଓ ଚାମରସେବା ପରେ ଶ୍ରୀଜିଉଙ୍କ ଘୋଡଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଆଜିର ପାଳିଆ ପଣ୍ଡା ପୂଜକ ପରିଷଦର ସମସ୍ତକର୍ମକର୍ତା ଓ ମନ୍ଦିର ପରିଚାଳକ ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

Leave A Reply

Your email address will not be published.