ନିର୍ବାଚନ ମଣ୍ଡଳୀ ରେ ବିଧାୟିକା ଙ୍କର ମାରାଥନ କାର୍ଯ୍ୟକ୍ରମ

0 2

ବରଗଡ଼ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଉପନିର୍ବାଚନରେ ବିଜୟ ଲାଭ କରିବା ବର୍ଷେ ପୂରିଯାଇଥିବା ବେଳେ ଜିତିଲା ଦିନଠାରୁ ନିଜେ ଦେଇଥିବାଜଵାବ ଅନୁସାରେ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ଓ ଲୋକଙ୍କ ସହ ତାଙ୍କ ସମ୍ପର୍କ ମଜଭୁତ କରିବାରେ ଅଧିକରୁ ଅଧିକ ସମୟ ଉତ୍ସର୍ଗ କରିଛନ୍ତି | କ୍ରମାଗତ ଭାବରେ ପ୍ରତ୍ୟେକ ଦିନ ନିଜ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗ୍ରାମ କୁ ଯାଇ ଲୋକଙ୍କ ସହିତ ବିଭିନ୍ନ ବିଷୟ ଓ ସମସ୍ୟା ଉପରେ ଆଲୋଚନା କରିବା ସହିତ ନିର୍ବାଚନ ମଣ୍ଡଳୀର ଅନେକ କାର୍ଯକ୍ରମ ରେ ସାମିଲ ହୋଇଥାନ୍ତି । ଏହା ସହିତ ସେ ଯେଉଁ ଗ୍ରାମ କୁ ଯାଇଥାନ୍ତି ସେହି ଗ୍ରାମରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା ମଧ୍ୟ କରିଥାନ୍ତି । ଏହା ତାଙ୍କର ନିତିଦିନିଆ କାର୍ଯସୁଚି ରେ ପରିଣତ ହୋଇ ଗଲାଣି । ଏହି କ୍ରମରେ ଆଜି ବିଧାୟିକା ପ୍ରଥମେ ଝାରବନ୍ଧ ବ୍ଲକ ଗୁଠୋଗୁଡା ଗ୍ରାମ କୁ ପହଞ୍ଚିଥିଲେ । ବିଧାୟିକା ଗ୍ରାମର ପ୍ରାୟ 15 ଜଣ ମହିଳା ଚାଷୀଙ୍କୁ ଛେଳି ଚାଷ ପାଇଁ ପ୍ରୋତ୍ସାହିତ କରିବା ପାଇଁ ଉନ୍ନତ ପ୍ରଜାତିର ବୋଦା ପ୍ରଦାନ କରାଯାଇଥିଲା । ଏହା ଦ୍ୱାରା ମହିଳା ଚାଷୀଙ୍କୁ ଛେଳି ଚାଷୀ ମାନଙ୍କ ଆର୍ଥିକ ଅବସ୍ଥା ଅନେକ ମାତ୍ରାରେ ସୁଧୁରିବା ସହିତ ମହିଳା ଚାଷୀ ମନେ ଲାଭବାନ ହୋଇ ପାରିବେ । ଏହାପରେ ବିଧାୟିକା ଝାରବନ୍ଧ ଠାରେ ମିଶନ ଶକ୍ତି ର ମାଁ ମାନଙ୍କ ଦ୍ୱାରା ନବନିର୍ମିତ ମିଶନ ଶକ୍ତି କେଫେ ର ଶୁଭ ଉଦ୍ଘାଟନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ପଦ୍ମପୁର ଓ ପାଇକମାଲ ଠାରେ ଏହି କେଫେ ମାଁ ମାନଙ୍କ ଦ୍ୱାରା ସଫଳତାର ସହିତ ପରିଚାଳିତ ହେବା ସହିତ ଲୋକୁ ଆକୃଷ୍ଟ କରି ପାରୁଛି । ଆଜି ଝାରବନ୍ଧ କେଫେ ର ଉଦ୍ଘାଟନ ଅବସରରେ ବିଧାୟିକା , ଉପାଠିତ ସମସ୍ତ ମାଁ ମାନଙ୍କୁ ଏହି କେଫେରେ ସୁନ୍ଦର ଓ ସୁସ୍ୱାଦୁ ଖାଦ୍ୟ ପରିବେଷଣ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି କାର୍ଯକ୍ରମ ଦ୍ୱୟରେ ଝାରବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମିର୍ଧା , ଝାରବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଏହାପରେ ବିଧାୟିକା ଝାରବନ୍ଧ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ତରଫରୁ , ବିଜୁ ଜନତା ଦଳର 28 ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ହେଉଥିବା ରକ୍ତ ଦାନ ଶିବିର କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବା ସହିତ , ଯୁବ ରକ୍ତଦାତା ମାନଙ୍କୁ ସମାଜର ମଙ୍ଗଳ ପାଇଁ ରକ୍ତଦାନ ଯାଏଇବା ପାଇଁ ଯହିଁବା ସହିତ ସେହି ସମୟ ଭିତରେ ରକ୍ତଦାନ କରିଥିବା ରକ୍ତ ଡାଟା ମାନଙ୍କୁ ଓଡିଶା ମୋ ପରିବାର ତରଫରୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ଏହି ଅବସରରେ ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଲିପ୍ସା ପ୍ରଧାନ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ , ବିଜୁ ଜନତା ଦଳର ସଭାପତି ଜାତୀନ୍ଦ୍ର ହାତୀ, ତଥା ଯୁବ ଜନତା ଦଳର ଅନେକ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.