ଝାରବନ୍ଧ /ମନୋହର ଦାଶ :- ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସାରା ରାଜ୍ୟ ରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି l ଏହି ଅବସରରେ ଓଡିଶା ମୋ ପରିବାର (ଜୀବନ ବିନ୍ଦୁ ) ଆନୁକୁଲ୍ୟରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ଲୋକ ମହୋତ୍ସବ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ସର୍ବମୋଟ ୩୫ ଜଣ ରକ୍ତଦାତା ରକ୍ତଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ଳକ୍ ଅଧ୍ୟକ୍ଷା ଲିପ୍ସା ପଧାନ, ଯୁବ ସଭାପତି ବିଜୟ କେତନ ପଧାନ, ବିଜେଡି ବ୍ଳକ୍ ସଭାପତି ଯତୀନ୍ଦ୍ର ହାତୀ, ହୃଷୀକେଶ ବରିହା, ଜୟ ନିଗମ, ସମିତି ସଭ୍ୟ ସୁଶୀଲ ମରେଇ, ଅନିଲ ପଧାନ ଙ୍କ ସମେତ ଶତାଧିକ କର୍ମୀ ଓ ସମସ୍ତ ପଞ୍ଚାୟତ ସଭାପତି ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
ଦ ନେକ୍ସଟ ଜେନ ତରଫରୁ ଟାଇକୋଣ୍ଡୋ ସେଲେକ୍ସନ ଟ୍ରେନିଂ ତାହା ସହ ପରୀକ୍ଷା କରାଯାଇ କଲର ବେଲ୍ଟ ଓ ବ୍ଲାକ ବେଲ୍ଟ ପ୍ରଦାନ
Next Post