ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ସିଟି ଲିଂଲିଶ ମାଧ୍ୟମିକ ସ୍କୁଲ ଠାରେ ଦ ନେକ୍ସଟ ଜେନ ଇନ୍ସ୍ଟି ଚୁଟ ତରଫରୁ ଅନ୍ତର୍ଜାତୀୟ ଟାଇକୋଣ୍ଡୋ କଲର ବେଲ୍ଟ, ବ୍ଲାକ କଲର ବେଲ୍ଟ ସେଲେକ୍ସନ ଟ୍ରେନିଂ ର ଆୟୋଜନ କରାଯାଇଥିଲା l
ଏଥିରେ ଦ ନେକ୍ସଟ ଜେନ ଇନ୍ଷ୍ଟିଚ୍ୟୁଟ କଳିଙ୍ଗ ପବ୍ଲିକ ସ୍କୁଲ ଓ ସିଟି ଇଂଲିଶ ମାଧ୍ୟମିକ ସ୍କୁଲ ର ପଚାଶ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ଏମାନଙ୍କ ମଧ୍ୟରୁ କଲର ବେଲ୍ଟ ଓ ବ୍ଲାକ ବେଲ୍ଟ ଉତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ଦିଆଯାଇଥିଲା l ଏଥିରେ ମୁଖ୍ୟ ଅତିଥି ରୂପେ ଶ୍ରୀ ଗୋଲଡି ଭାଇ, ଅଫରୋଜ ଭାଇ, ଖାଳିଦ ଭାଇ, ସିଟି ଇଂଲିଶ ମାଧ୍ୟମିକ ସ୍କୁଲ ର ଡିରେକ୍ଟର ଶ୍ରୀ ଏସ କେ ରାୟ, ସିଟି ଇଂଲିଶ ମାଧ୍ୟମିକ ସ୍କୁଲର ପ୍ରିନସିପାଲ ଶ୍ରୀ ଦେବଜିତ ରାୟ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଓ ଉତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ବେଲ୍ଟ ପ୍ରଦାନ କରାଯାଇଥିଲା l ଶେଷରେ ଆନନ୍ଦ ସୁନା ସଭା ପରିଚାଳନା କରିବା ସହ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.