ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସହର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୱିନର ବ୍ରାଇଟ ଫ୍ୟୁଚର ଖୁଣ୍ଟପାଳି ସ୍ଥିତ ନୂତନ ବିଦ୍ୟାଳୟ ପ୍ରାଙ୍ଗଣରେ ୮ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ସ୍କୁଲ ଚେୟାରମ୍ଯାନ ଶ୍ରୀକାନ୍ତ ମିଶ୍ର ଓ ପ୍ରିନ୍ସପାଲ ଅପାଳି ଅପରାଜିତା ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ଗୋୟଲ ଫାଉଣ୍ଡେସନ ଉପାଧ୍ୟକ୍ଷ ଦେବବ୍ରତ ମିଶ୍ର ଓ ସୌମ୍ୟା ରଶ୍ମି ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଭା (ସର୍ବାଧିକ ଉପସ୍ଥାନ, ଖେଳ ଚାମ୍ପିଆନ୍ ୟେଲୋ ହାଉସ୍ ଚାମ୍ପିଆନ୍ ) ମାନଙ୍କୁ ପୁରସ୍କୃତ କରିଥିଲେ l ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ପ୍ରଦର୍ଶିତ ଡ୍ରାମା ମଞ୍ଚ ପ୍ରକମ୍ପିତ ହୋଇଥିବା ବେଳେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟ ଦର୍ଶକଙ୍କ ବେଶ୍ ମନ ମୋହିଥିଲା l ଏହି କାର୍ଯ୍ୟକ୍ରମ ରେ ଅଭିଭାବକ ଙ୍କ ସମେତ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.