ଓଡ଼ଗାଁ, ୧୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ତିନିଦିନ ଧରି ଚାଲିଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଓଡ଼ଗାଁର ରଜତ ଜୟନ୍ତୀ ଉତ୍ସବ ରବିବାର ଉଦଯାପିତ ହୋଇଯାଇଛି । ଅତିଥି ମାନେ ସ୍କୁଲ ନିକଟରେ ପହଞ୍ଚିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଘୋଷ ବାଦ୍ୟ ସହ ସେମାନଙ୍କୁ ପାଛୋଟି ନିଆଯାଇଥିବା ବେଳେ ମୁଖ୍ୟ ଅତିଥି ପ୍ରଥମ ମହଲାର ନୂତ୍ତନ ଶ୍ରେଣୀଗୃହର ଉଦଘାଟନ କରିଥିଲେ । ଆଜିର ଉଦଯାପନୀ ଦିବସରେ ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ, ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରଦୀପ ଅମାତ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ବକ୍ତା, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନା ସାହୁ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ ।
ବିଶେଷ କରି ନିତି ନୈତିକତା ଏବଂ ମୁଲ୍ୟବୋଧ ଭିତିକ ଶିକ୍ଷା ଉପରେ ଗୁରୁତ୍ଵ ଦେଇଥିବାରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସ୍ଥାନୀୟ ଅଞ୍ଚଳ ବାସୀଙ୍କ ବିଶ୍ବାସକୁ ଜୟ କରିପାରିଛି । ଜଣେ ଉତ୍ତମ ମାନର ଶିକ୍ଷିତ ବ୍ୟକ୍ତି ସୁଯୋଗ ପାଇଲେ ନିଜ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରିଥିବା ବେଳେ ସୁଯୋଗ ଅଭାବରେ ମଧ୍ୟ ଦୁର୍ନିତୀ ମୁକ୍ତିଲାଭ ରହିଥାଏ । ଏଣୁ ଶିକ୍ଷିତ ବ୍ୟକ୍ତି ବିଶେଷଙ୍କ ଶିକ୍ଷା ଯଦି ଉତ୍ତମ ମାନର ହୋଇପାରିବ, ତେବେ ଏକ ସୁସ୍ଥ ଓ ଦୁର୍ନୀତି ମୁକ୍ତ ସମାଜ ଗଠନ ହୋଇପାରନ୍ତା ବୋଲି ମୁଖ୍ୟ ବକ୍ତା ଡ. ଅରୁଣ କୁମାର ସାହୁ କହିଥିଲେ । କଥା ପ୍ରଶଙ୍ଗରେ ଜଣେ ମହାନ ଗୁରୁଙ୍କ ନିମନ୍ତେ ଛାତ୍ର ଟିଏ ନିଜକୁ ନିଶ୍ଚିନ୍ନ କରିବାକୁ ପଛାଇ ନଥାଏ । ଛାତ୍ରଙ୍କ ବିଚାରରେ ଗୁରୁଙ୍କୁ ଅନେକ ଛାତ୍ର ମିଳିଯାଇ ପାରନ୍ତି ମାତ୍ର ଛାତ୍ରଙ୍କୁ ଜଣେ ଉତ୍ତମ ଗୁରୁ ମିଳିବା ସହଜ ହୋଇନଥାଏ । ଗୁରୁଙ୍କ ଶ୍ରେଷ୍ଠତ୍ବକୁ ପ୍ରତିପାଦିତ କରିବା ପାଇଁ ପ୍ରସଂଗ ଭିତିରେ ମୁଖ୍ୟ ଅତିଥି ଅମାତ ଏହି ପ୍ରେରଣା ପ୍ରଦାନ କରିଥିଲେ ।
ବିଶେଷ ଭାବେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅନୁଷ୍ଠାନର ପୂର୍ବ କାର୍ଯ୍ୟକର୍ତ୍ତାଙ୍କ ସହିତ ଚତୁର୍ଥସ୍ତମ୍ବ ସାମ୍ବାଦିକ ବନ୍ଧୁ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । କାର୍ଯକ୍ରମ ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ପଦ୍ମନାଭ ପୃଷ୍ଟି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏବଂ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରମୋଦ କୁମାର ଦୋର ଧନ୍ୟବାଦ ପ୍ରଦାନ କରିଥିଲେ ।