ନିଶ୍ଚିନ୍ତକୋଇଲି ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ:

0 2

ବିଜ୍ଞାନ ପ୍ରଦର୍ଶନ ଦ୍ୱାରା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହ ବୃଦ୍ଧି କରିବା ସମ୍ଭବ -ମୁଖ୍ୟ ଅତିଥି l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ନରେନ୍ଦ୍ରପୁର ପଞ୍ଚାୟତ ଗଡ଼ିଜଙ୍ଗ ସ୍ଥିତ କଳିଙ୍ଗ ମଡ଼େଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି l ଚଳିତ ବର୍ଷ ଏଥିରେ ବିଭିନ୍ନ ବିଦ୍ୟାଳୟର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ମୋଟ ୧୨୭ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ l ସେଥିମଧ୍ୟରୁ ଶ୍ରେଷ୍ଠ ୫ଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀକୁ ମନୋନୀତ ହୋଇଛି l ମଣ୍ଡଳ ଶିକ୍ଷା ଅଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରାଙ୍କ ସଭାପତିତ୍ଵ ଓ ଭେନ୍ୟୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ସାହୁଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ବିଡ଼ିଓ ଧର୍ମରଂଜନ ପଣ୍ଡା ଯୋଗ ଦେଇ ଏହି ପ୍ରଦର୍ଶନୀକୁ ଉଦଘାଟନ କରିବା ସହିତ ବିଜ୍ଞାନ ପ୍ରଦର୍ଶନି ଛାତ୍ର ଛାତ୍ରୀ ମାନଙ୍କୁ ଆଗ୍ରହର ଉତ୍ସାହ ସହିତ ନୂତନ ତଥ୍ୟ ଏବଂ ଉଦ୍ଭାବନ ଶିଖିବାରେ ନିୟୋଜିତ କରେ ବୋଲି ପ୍ରକାଶ କରିଥିଲେ l ଏଥିରେ ମୁଖ୍ୟବକ୍ତା ଭାବେ ତହସିଲଦାର ଦିଲ୍ଲୀପ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ, ଏବିଇଓ ଲକ୍ଷ୍ମୀନାରାୟଣ ରାଉତ ଓ ପାର୍ବତୀ ନନ୍ଦ ଯୋଗ ଦେଇଥିଲେ । ଉଦ‌ଯାପନୀ ଉତ୍ସବରେ ବିଇଓ ଶ୍ରୀମତୀ ବେହେରାଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ମୁଖ୍ୟବକ୍ତା ଭାବେ ଉପାଧକ୍ଷ ଅଶୋକ କୁମାର ଓଝା ଯୋଗଦାନ କରି ବିଜ୍ଞାନ ପ୍ରଦର୍ଶନର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତି ଛାତ୍ର ଛାତ୍ରୀ ମାନଙ୍କ ଆଗ୍ରହକୁ ବୃଦ୍ଧି କରିବା ଯାହାଦ୍ୱାରା ଏକ ନୂତନ ଚିନ୍ତାଧାରା ଜାଗ୍ରତ ହୋଇପାରିବ ବୋଲି ପ୍ରକାଶ କରିଥିଲେ l ସମ୍ମାନୀତ ଅତିଥି ଜିଲ୍ଲାପରିଷଦ ଭୂପତିଭୁଷଣ ଷଣ୍ଢ, ସରପଞ୍ଚ ନମିତା ରାଏ, ସମିତିସଭ୍ୟ ପ୍ରଫୁଲ୍ଲ କୁମାର ସାହୁ, ଯୁବନେତା ମନୋଜ ସେଠୀ ପ୍ରମୁଖ ଯୋଗ ଦେଇ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିବା ସହିତ ଚଳିତ ବର୍ଷ ବୁର୍ତ୍ତି ପରୀକ୍ଷାରେ ସଫଳତା ପାଇଥିବା ୨୮ଜଣ ଛାତ୍ର ଛାତ୍ରୀ, ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୩ଜଣ ଏବଂ ୧ଜଣ ଭିନ୍ନକ୍ଷମ ଛାତ୍ରଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ l ପ୍ରାକ୍ତନ ସିଆରସିସି ଗୁଲାମ ମେହେନ୍ଦୀ ହୁସେନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲା ବେଳେ ଶିକ୍ଷକ ଅଭୟ କୁମାର ଜେନା ପୁରସ୍କାର ବିତରଣରେ ସହଯୋଗ କରିଥିଲେ । ଶିକ୍ଷକ ନେତା ଶାରଦା ପ୍ରସନ୍ନ ଆଚାର୍ଯ୍ୟ,ସାନ୍ତନୁ କର, ଶିକ୍ଷକ ସୁରେନ୍ଦ୍ରନାଥ ସାଇଁ, ମାନସରଂଜନ ମଲିକ, ସିଆରସିସି ଅକ୍ଷୟ ପଟ୍ଟନାୟକ, ପ୍ରଭାତ ବେହେରା,ଅଲେଖ ବାରିକ,ମୋହିତ ଖାଁ, ଶିକ୍ଷକ କାର୍ତ୍ତିକ ଦଳାଇ, ପ୍ରଭାତ କୁମାର ଦାସ ଙ୍କ ସମେତ ସମସ୍ତ ଶିକ୍ଷକ ନେତା, ସମସ୍ତ ପ୍ରାକ୍ତନ ଏବଂ ବର୍ତ୍ତମାନର ସିଆରସିସି ଓ ବହୁ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ l ଶେଷରେ ଭେନୁ ସିଆରସିସି ଚର୍ତୁଭୁଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.