କସ୍ତୁରୀ ର ୩ଦିନିଆ ସାଂସ୍କୃତିକ ସମାରୋହ ୨୦୨୩ ଆରମ୍ଭ

0 2

ରାଉରକେଲା, (ବସନ୍ତ କୁମାର ଜେନା): ସହରର ଅଗ୍ରଣୀ ସାମାଜିକ ଓ ନାଟ୍ୟାନୁଷ୍ଠାନ କସ୍ତୁରୀ ର ୩ଦିନିଆ ସାଂସ୍କୃତିକ ସମାରୋହ ୨୦୨୩ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଆରମ୍ଭ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦିଲ୍ଲିପ କୁମାର ଭଞ୍ଜଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ରାଧାଶ୍ୟାମ ମହାନ୍ତିଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର, ରାଉଲକେଲା ଓ ବୋକରୋ ଷ୍ଟିଲ ପ୍ଲାଣ୍ଟ ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୈ।ମିକ ଓ ଭାରତୀୟ ଷ୍ଟେଟବ୍ୟାଙ୍କ ର ଆଞ୍ଚଳିକ ମହାପ୍ରବନ୍ଧକ ଅସୀମ କୁମାର ଘୋଷ, ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ, ଉପସଭାପତି ଶ୍ରୀ କୌସିକ୍ ସୁନ୍ୟାନି ଓ ଡକ୍ଟର ତାପସ ରଂଜନ ମହାନ୍ତି ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମ, ନାଟକ ଓ ସାମାଜିକ ପ୍ରତିବଦ୍ଧତା କୁ ପ୍ରଶଂସା କରିବା ସହ ସାଧୁବାଦ ଦେଇଥିଲେ। ମୁଖ୍ୟ ପୃଷ୍ଠପୋଷକ ଏସ ଆର ସୂର୍ଯ୍ୟବଂଶୀ ସ୍ବାଗତ ଭାଷଣ ସହ ବିବରଣୀ ଓ ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମହୋତ୍ସବର ପ୍ରଥମ ଦିବସରେ ସେକ୍ଟର ୭ସ୍ଥିତ ମୁକ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଗଣେଶ ବନ୍ଦନା ରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପରେ ୩ଜଣ ଦିବ୍ୟାଙ୍ଗ ସେମାନଙ୍କ ଜୀବନରେ ଘଟିଥିବା ସତ୍ୟ ଘଟଣା କୁ ‘ ମୁଁ ବି କିଛି କହିବି’ ମାଧ୍ୟମରେ ଉପସ୍ଥାପନା କରିଥିଲେ। ଏହି ଅବସରରେ ପ୍ରତ୍ୟେକ ଙ୍କୁ ଅନୁଷ୍ଠାନ ତରଫରୁ ୫ହଜାର ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଥିଲା। ପରେ ଅତିଥି ମାନଙ୍କ ଦ୍ଵାରା ବିଷୟଭିତ୍ତିକ ସ୍ମରଣିକା ‘ବାପାଙ୍କୁ କାନ୍ଦିବା ମନା’ ର ଉନ୍ମୋଚନ କରାଯାଇଥିଲା। ସେହିପରି ସେକ୍ଟର ୧୬ ସ୍ଥିତ ମାନସିକ ଭିନ୍ନକ୍ଷମଙ୍କ ଅନୁଷ୍ଠାନ ‘ ଶ୍ରଦ୍ଧା ‘ ର ଅନ୍ତେବାସୀଙ୍କ ଦ୍ବାରା ନାଟକ ‘ପ୍ରଯୁକ୍ତିର ପକ୍ଷୀ’, ଲାଠିକଟା ସ୍ଥିତ ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ନୃତ୍ୟ ନାଟିକା ‘ଆମେ ହେବୁ ସଚେତନ’,ମାରାଙ୍ଗବୁରୁ ଏସଏଚଜି ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସାନ୍ତାଳୀ ଲୋକନୃତ୍ୟ ଓ ମୁକ ବଧିର ବିଦ୍ୟାଳୟର ଦ୍ଵାରା କ୍ଷୁଦ୍ର ନାଟକ ‘ଶେଷ ପରିଣାମ ‘ ପରିବେଷଣ କରାଯାଇଥିଲା। ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରଙ୍କୁ ଅତିଥି ମାନେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଉପସଭାପତି କୋୖସିକ ସୁନ୍ୟାନୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ତିଆରି କରାଯାଇଥିବା ୨୫ ଫୁଟ୍ ର ଶ୍ରୀ ଜଗନ୍ନାଥଙ୍କର ପ୍ରତିମୂର୍ତ୍ତି ଦର୍ଶକଙ୍କ ଅନ୍ୟତମ ଆକର୍ଷଣ ଥିଲା । ଅନୁଷ୍ଠାନର ସର୍ବଶ୍ରୀ ପ୍ରଦୀପ ମହାପାତ୍ର,ଡ଼ଃ ତାପସ ରଞ୍ଜନ ମହାନ୍ତି, ରଜତ ସାହୁ,ଦୀପକ ରଥ, ଜୟନ୍ତ ମହାରଣା, ରାକେଶ ନାୟକ, ପାଣ୍ଡବ ମଲ୍ଲିକ, ଅଶୋକ ବଳ, ରମେଶ ପାତ୍ର, ପ୍ରଫୁଲ୍ଲ ମହାରଣା, ଜିତେନ ମହାନ୍ତି, ଚିତ୍ତରଞ୍ଜନ ମିଶ୍ର,ପ୍ରଣବ ମହାପାତ୍ର, ମନୋଜ ଷଡ଼ଙ୍ଗୀ, ଦେବାଶିଷ ପଟ୍ଟନାୟକ, ମାନସୀ ମହାପାତ୍ର,କମଳନ୍ଦୁ ସାଦୁଆଲ, ରବିନ୍ଦ୍ର ମହାପାତ୍ର, ଅଚ୍ୟୁତ ନାୟକ, ରାଜୀବ ନାୟକ, କିଶୋର ପ୍ରଧାନ, ଜୟନ୍ତ ଦାସ,ସାଜି ମାଥ୍ୟୁ, ନିହାର ରଞ୍ଜନ ମିଶ୍ର, ଅଜୟ ପ୍ରଧାନ, ଗଜେନ୍ଦ୍ର ମୁର୍ମୁ, ରଞ୍ଜିତ ସାହୁ, ଦେବପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ର ୩ଦିନିଆ ସାଂସ୍କୃତିକ ସମାରୋହ ୨୦୨୩ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଆରମ୍ଭ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦିଲ୍ଲିପ କୁମାର ଭଞ୍ଜଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ରାଧାଶ୍ୟାମ ମହାନ୍ତିଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର, ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୈ।ମିକ ଓ ଭାରତୀୟ ଷ୍ଟେଟବ୍ୟାଙ୍କ ର ଆଞ୍ଚଳିକ ମହାପ୍ରବନ୍ଧକ ଅସୀମ କୁମାର ଘୋଷ, ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ, ଦୀପିକା ମହିଳା ସଂହତି ର ଅଧ୍ୟକ୍ଷା ସୀମା ଭୈ।ମିକ ଓ ଉପସଭାପତି ହରସିଲା ସୂର୍ଯ୍ୟବଂଶୀ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମ, ନାଟକ ଓ ସାମାଜିକ ପ୍ରତିବଦ୍ଧତା କୁ ପ୍ରଶଂସା କରିବା ସହ ସାଧୁବାଦ ଦେଇଥିଲେ। ମୁଖ୍ୟ ପୃଷ୍ଠପୋଷକ ଏସ ଆର ସୂର୍ଯ୍ୟବଂଶୀ ସ୍ବାଗତ ଭାଷଣ ସହ ବିବରଣୀ ଓ ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମହୋତ୍ସବର ପ୍ରଥମ ଦିବସରେ ସେକ୍ଟର ୭ସ୍ଥିତ ମୁକ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଗଣେଶ ବନ୍ଦନା ରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପରେ ୩ଜଣ ଦିବ୍ୟାଙ୍ଗ ଶୋଇନାଥ ଭୂମିଜ,ଗୈ।ରୀ ମହାନ୍ତି, ଶ୍ରଦ୍ଧାଞ୍ଜଳି ପୂର୍ତ୍ତି ସେମାନଙ୍କ ଜୀବନରେ ଘଟିଥିବା ସତ୍ୟ ଘଟଣା କୁ ‘ ମୁଁ ବି କିଛି କହିବି’ ମାଧ୍ୟମରେ ଉପସ୍ଥାପନା କରିଥିଲେ। ଏହି ଅବସରରେ ପ୍ରତ୍ୟେକ ଙ୍କୁ ଅନୁଷ୍ଠାନ ତରଫରୁ ୫ହଜାର ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଥିଲା। ପରେ ଅତିଥି ମାନଙ୍କ ଦ୍ଵାରା ‘ବାପାଙ୍କୁ କାନ୍ଦିବା ମନା’ ସ୍ମରଣିକା କୁ ଉନ୍ମୋଚନ କରାଯାଇଥିଲା। ସେହିପରି ସେକ୍ଟର ୧୬ ସ୍ଥିତ ମାନସିକ ଭିନ୍ନକ୍ଷମଙ୍କ ଅନୁଷ୍ଠାନ ଶ୍ରଦ୍ଧା ର ଅନ୍ତେବାସୀଙ୍କ ଦ୍ବାରା ନାଟକ ‘ପ୍ରଯୁକ୍ତିର ପକ୍ଷୀ’, ଲାଠିକଟା ସ୍ଥିତ ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ନୃତ୍ୟ ନାଟିକା ‘ଆମେ ହେବୁ ସଚେତନ’,ମାରାଙ୍ଗବୁରୁ ଏସଏଚଜି ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସାନ୍ତାଳୀ ଲୋକନୃତ୍ୟ ଓ ମୁକ ବଧିର ବିଦ୍ୟାଳୟର ଦ୍ଵାରା କ୍ଷୁଦ୍ର ନାଟକ ‘ଶେଷ ପରିଣାମ ‘ ପରିବେଷଣ କରାଯାଇଥିଲା। ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରଙ୍କୁ ଅତିଥି ମାନେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଉପସଭାପତି କୋୖସିକ ସୁନ୍ୟାନୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ତିଆରି କରାଯାଇଥିବା ୨୫ ଫୁଟ୍ ର ଶ୍ରୀ ଜଗନ୍ନାଥଙ୍କର ପ୍ରତିମୂର୍ତ୍ତି ଦର୍ଶକଙ୍କ ଅନ୍ୟତମ ଆକର୍ଷଣ ଥିଲା । ଅନୁଷ୍ଠାନର ସର୍ବଶ୍ରୀ ପ୍ରଦୀପ ମହାପାତ୍ର, ଭାରତ ଭୂଷଣ ମହାନ୍ତି,ଡ଼ଃ ତାପସ ରଞ୍ଜନ ମହାନ୍ତି, ରଜତ ସାହୁ,ଦୀପକ ରଥ, ଜୟନ୍ତ ମହାରଣା, ରାକେଶ ନାୟକ, ପାଣ୍ଡବ ମଲ୍ଲିକ, ଅଶୋକ ବଳ, ରମେଶ ପାତ୍ର, ପ୍ରଫୁଲ୍ଲ ମହାରଣା, ଜିତେନ ମହାନ୍ତି, ଚିତ୍ତରଞ୍ଜନ ମିଶ୍ର,ପ୍ରଣବ ମହାପାତ୍ର, ମନୋଜ ଷଡ଼ଙ୍ଗୀ, ଦେବାଶିଷ ପଟ୍ଟନାୟକ, ମାନସୀ ମହାପାତ୍ର,କମଳନ୍ଦୁ ସାଦୁଆଲ, ରବିନ୍ଦ୍ର ମହାପାତ୍ର, ଅଚ୍ୟୁତ ନାୟକ, ରାଜୀବ ନାୟକ, କିଶୋର ପ୍ରଧାନ, ଜୟନ୍ତ ଦାସ,ସାଜି ମାଥ୍ୟୁ, ନିହାର ରଞ୍ଜନ ମିଶ୍ର, ଅଜୟ ପ୍ରଧାନ, ଗଜେନ୍ଦ୍ର ମୁର୍ମୁ, ରଞ୍ଜିତ ସାହୁ, ଦେବପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.