ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୩/୧୨/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ହାଟପଦା ସ୍ଥିତ ଆର ଏମ ସି ଗୋଦାମ ପ୍ରାଙ୍ଗଣରେ ଖରିଫ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କପିଳେନ୍ଦ୍ର ସାସମଲ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ଙ୍କ ପ୍ରତିନିଧି ଏମ ଆପ୍ପା ରାଓ,ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ,ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ତହସିଲଦାର ସଦାଶିବ ଭତରା, ଲ୍ୟାମ୍ପ ସଭାପତି ଦୁର୍ଯ୍ୟ ଭତରା, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ଚଳିତ ୨୦୨୩/୨୪ ବର୍ଷ ର ଖରିଫ ଧାନ ମଣ୍ଡି ଉଦଘାଟନ ଅବସରରେ ମୁଖ୍ୟ ଅତିଥି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରି ମଣ୍ଡି ରେ ବିକ୍ରି କରିବାକୁ ଆସିବା ଚାଷୀ ମାନଙ୍କୁ ଉଚିତ୍ ମୂଲ୍ୟ ପ୍ରଦାନ ସହ ସମ୍ମାନ ପ୍ରଦାନ କରିବାକୁ କହିଥିଲେ। ଚାଷୀ ମାନେ ମଣ୍ଡି କୁ ଧାନ ବିକ୍ରି ସମୟରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଲ୍ୟାମ୍ପ ଓ ପ୍ରଶାସନିକ କ୍ଷେତ୍ରରେ ଦୃଷ୍ଟି ଦେବାକୁ କହିଥିଲେ। କଟନି ଛଟନି ଉପରେ ମଧ୍ୟ ଧ୍ୟାନ ଦେବାକୁ କହିଥିଲେ। ଚଳିତ ବର୍ଷ ଡାବୁଗାଁ ଲ୍ୟାମ୍ପ ସହ ମା ତାରା ତାରିଣୀ ଏସ ଏଚ ଜି, ମା ତୁଳସୀ, ମା ଲକ୍ଷ୍ମୀ, ମା ପେଣ୍ଡରାଣି ଓ ମା ଠାକୁରାଣୀ ଏସ ଏଚ ଜି ତରଫରୁ ଡାବୁଗାଁ ଓ ଜୁନା ପାଣି ମଣ୍ଡି ରେ ଧାନ କ୍ରୟ କରାଯିବ। ଡାବୁଗାଁ ରେ ମଙ୍ଗଳବାର ଓ ବୁଧବାର ଧାନ କ୍ରୟ କରାଯିବାକୁ ଥିବା ବେଳେ ଜୁନା ପାଣି ମଣ୍ଡି ରେ ଶୁକ୍ରବାର, ଶନିବାର ଓ ସୋମବାର ଧାନ କ୍ରୟ କରାଯିବ ବୋଲି ଜଣା ପଡିଛି। ଚାଷୀ ଙ୍କ ପାଇଁ ସାଧାରଣ ଧାନ (ଏଫ୍ ଏ କ୍ୟୁ) କ୍ୟୁଣ୍ଟାଲ୍ ପ୍ରତି ୨୧୮୩ ମୂଲ୍ୟ ରହିଥିବା ବେଳେ କ ଶ୍ରେଣୀ ର ଧାନ ମୂଲ୍ୟ କ୍ୟୁଣ୍ଟାଲ ପ୍ରତି ୨୨୦୩ ଟଙ୍କା ରହିଛି। ଧାନ ବିକ୍ରି ପାଇଁ ଡାବୁଗାଁ ଲ୍ୟାମ୍ପ ରେ ୧୨୯୮ ଚାଷୀ ଅନ ଲାଇନ୍ ରେ ନାମ ପଞ୍ଜିକୃତ କରିଥିବା ବେଳେ ୫ ଟି ଏସ ଏଚ ଜି ଗ୍ରୁପ ମାଧ୍ୟମରେ ଧାନ ବିକ୍ରି ପାଇଁ ୧୫୬୦ ଚାଷୀ ନାମ ପଞ୍ଜୀକୃତ କରିଥିବା ଜଣା ପଡ଼ିଛି। ଡାବୁଗାଁ ଲ୍ୟାମ୍ପ ତରଫରୁ ପ୍ରଥମ ପର୍ଯ୍ୟାୟରେ ଚଳିତ ଖରିଫ ମଣ୍ଡି ନିମନ୍ତେ ୫୯ ହଜାର କ୍ୟୁଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ ଧାର୍ଯ୍ୟ ରଖାଯାଇଛି। ଡାବୁଗାଁ ଲ୍ୟାମ୍ପ ଶାଖା ପରିଚାଳକ ହରିବନ୍ଧୁ ମୀର୍ଗାନ , ଡାବୁଗାଁ ନିୟନ୍ତ୍ରିତ ବଜାର କମିଟି ପରିଦର୍ଶକ ସୁଶାନ୍ତ କୁମାର ପାଳ ଓ ଯୋଗାଣ ବିଭାଗ ତରଫରୁ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କୃଷକ ମହାସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ଉପ ସଭାପତି ରାଜେନ୍ଦ୍ର ମିଶ୍ର , ମିଲର ଜି ଭେଙ୍କେଟେଶ୍ୱର୍ ରାଓ, ଜି ଗୋପାଳ କ୍ରିଷ୍ଣା ରାଓ, ଜି ଭେଙ୍କଟ ରାବଣା, ରାଜେଶ ଅଗ୍ରୱାଲ, ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ,ଚାଷୀ ବାବୀ ଜେନା, ଡି ରାଜା, ଶିବ ପ୍ରସାଦ ମିଶ୍ର, ଜି ସତ୍ୟା ରାଓ ସମସ୍ତ ଲ୍ୟାମ୍ପ ଡାଇରେକ୍ଟର, ଲ୍ୟାମ୍ପ କର୍ମଚାରୀ, ମହିଳା ଏସ ଏଚ ଜି ଗ୍ରୁପ ତଥା ଚାଷୀ ମାନେ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.
Next Post