ସୀମାନ୍ତ ମହାବିଦ୍ୟାଳୟରେ ଭାରତୀୟ ଭାଷା ଦିବସ ଓ “ନୂଆ ଓ ” କାର୍ଯ୍ୟକ୍ରମ ଅନୁଷ୍ଠିତ।

0 2

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ସାରସକଣା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଆନୁକୂଲ୍ୟରେ ଅଧ୍ୟକ୍ଷ ବୁଦ୍ଧଦେବ କରଙ୍କ ଅଧ୍ୟକ୍ଷତାରେ ଉଭୟ ଓଡ଼ିଆ ଓ ଇଂରାଜୀ ବିଭାଗ ଦ୍ଵାରା ‘ଭାରତୀୟ ଭାଷା ଦିବସ” ପାଳିତ ହୋଇଯାଇଛି।ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଶରତପାଳ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ପରମେଶ୍ୱର ଦେ ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ଥୋମାସ ମାରାଣ୍ଡି,ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପିକା ପ୍ରାଚୀପ୍ରଭା ପଢିଆରୀ,ଅଧ୍ୟାପିକା ସ୍ବପ୍ନେଶ୍ୱରୀ ମୁର୍ମୁ,ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ, ଅଧ୍ୟାପିକା ଶ୍ୱେତା ସିଂହ ,ଅଧ୍ୟାପିକା ମେଘମାଳା ଦାସ ପ୍ରମୁଖ ମଞ୍ଚାସିନ ଥିଲେ।

ଶ୍ରୀମତୀ ସ୍ବପ୍ନେଶ୍ୱରୀ ମୁର୍ମୁ ଅତିଥିମାନଙ୍କର ପରିଚୟ ପ୍ରଦାନ ପରେ ଅଧ୍ୟକ୍ଷ ଡ଼ଃ କର ଓ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦେ,ଶ୍ରୀଯୁକ୍ତ ମାରାଣ୍ଡି,ଶ୍ରୀମତୀ ପଢ଼ିଆରୀ ପ୍ରମୁଖ “ଭାରତୀୟ ଭାଷାଦିବସ” ପାଳନର ଉଦେଶ୍ୟ ସମ୍ପର୍କରେ ବିଷଦ ଭାବରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇଥିଲେ।ପରିଶେଷରେ ଅଧ୍ୟାପକ ଶିଶିର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଏଥିସହିତ ଓଡିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ “ନୂଆ ଓ” ର ପରିବେଶ ସ୍ୱଚ୍ଛତା ଓ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ସ୍ଥାନୀୟ ୭ନମ୍ବର ୱାର୍ଡ ସଭ୍ୟାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।ଏଥିରେ ଉଭୟ +୨ ଓ+୩ ବିଭାଗର ପ୍ରାୟ ତିନିଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ବାହାରି ଝାରପୋଖରିଆ ବଜାର ଠାରୁ କଲ୍ୟାଣ ନଗର ଯାଏ ଏକ କିଲୋମିଟର ଅଞ୍ଚଳରେ ସଫେଇ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ।ଉଭୟ +୨ ଓ +୩ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ମାନେ ତଥା ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।

Leave A Reply

Your email address will not be published.