ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୧୩ତମ ବାର୍ଷିକ କ୍ରିଡା ଅନୁଷ୍ଠିତ

0 2

ଗାଇସିଲାଟ/ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ଆନୁକୂଲ୍ୟରେ ଗାଇସିଲାଟ ମିନିଷ୍ଟାଡିୟମ୍ ଠାରେ ବାର୍ଷିକ ଖେଲକୁଦ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଘାଟନି ଉସ୍ବବରେ ମୁଖ୍ଯ ଅତିଥି ଭାବରେ ଗାଇସିଲାଟ ମଣ୍ଡଲର ଯୋଗ ଶିକ୍ଷକ ବ୍ୟାସଦେବ ପାତ୍ର ଯୋଗଦାନ କରିଥିଲେ। ଉଦଯାପନୀ ଉସ୍ବବରେ ମୁଖ୍ଯ ଅତିଥି ଭାବରେ ଗାଇସିଲାଟ ତହସିଲଦାର ଟିଟସ୍ ମହାନନ୍ଦିଆ, ବିଦ୍ୟାଳୟର ସଭାପତି ଦିବ୍ୟକିଶୋର ପଣ୍ଡା, ଉପସଭାପତି ପ୍ରଶାନ୍ତ ହୋତା ଯୋଗଦାନ କରିଥିଲେ। ଶିଶୁ ଭାଇ ଭଉଣୀ ମାନଙ୍କୁ ପୁରସ୍କାର ବିତରଣ କରି ଶିଶୁ ଭାଇ ଭଉଣୀ ମାନଙ୍କୁ ଉସ୍ବାହିତ କରିଥିଲେ।ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରେମରାଜ ମଟାରୀ। ସଭାକାର୍ଯ୍ୟ ପରିଚାଳନା କରିଥିଲେ ସରୋଜିନୀ ପଟେଲ ଗୁରୁମା। ଏହି ବାର୍ଷିକ ଖେଲକୁଦ ରେ ୫୨୨ ଶିଶୁ ଭାଇ ଓ ଭଉଣୀମାନେ ଭାଗନେଇଥିଲେ। ବିଭିନ୍ନ ବର୍ଗରେ ଚନ୍ଦନ ସାହୁ, ମୁକେଶ ପୁଟେଲ,ପ୍ରଭାସ କୁମାର ସାହୁ,ରାଜନ୍ଦିନୀ ନାଏକ, ଜ୍ୟୋତିମୟୀ ସାହୁ ବିଦ୍ୟାଳୟର ଶ୍ରେଷ୍ଠ ଖେଲାଲି ଭାବରେ ବିବେଚିତ ହୋଇଛନ୍ତି।ଏହି କାର୍ଯ୍ୟକ୍ରମରେ କ୍ରିଡାର ବୁତ କଥନ ଉପସ୍ଥାପନା ପ୍ରଦିପ ବାଗ ଗୁରୁଜୀ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ବେଦବ୍ୟାସ ପଧାନ ଧନ୍ଯବାଦ ଅର୍ପଣ କରିଥିଲେ।ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ ପରିଚାଳନା କମିଟି ସଦସ୍ଯ ସହଯୋଗ କରିଥିଲେ।

Leave A Reply

Your email address will not be published.