ଜମନକିରା,୧୩/୧୨:(ଲିପନ ନାଏକ ) : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ଆଶ୍ରମ ବିଦ୍ୟାଳୟର ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ତିର୍ଥାରାଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ ଯୋଗଦେଇ ଛାତ୍ରିଛାତ୍ରଙ୍କୁ ଭବିଷ୍ୟତରେ କିପରି ନିଜକୁ ଉଚ୍ଚ ସ୍ଥାନରେ ଉପସ୍ଥାପିତ କରି ପାରିବେ ସେନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ଷଣ୍ଢପଥର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କର ଉନ୍ନତ ଜୀବନ ଗଠନ କରିବା ନିମନ୍ତେ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ସମସ୍ତ ଅବିଭାବକ, ପଦାଧିକାରୀ ଓ ଜନ ନେତା ମାନଙ୍କୁ ସହଯୋଗର ହାତ ବଢେ଼ଇବା ସଙ୍ଗେ ସଙ୍ଗେ ସମାଲୋଚନା ନ କରି ଆଲୋଚନ ଓ ଅଭିଯୋଗ ନ କରି ସହଯୋଗ କରିବା ପାଇଁ ବକ୍ତବ୍ୟ ମାଧ୍ୟମରେ ନିବେଦନ କରିଥଲେ। ସମ୍ମାନିତ ଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶୋଭାରାମ ପଧାନ, ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ, ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ସୁଜାତା ଖୁଣ୍ଟିଆ, ସମିତି ସଭ୍ୟ ଅଶୋକ ବାଘ, ସରପଞ୍ଚ ବିଜୟ କୁମାର ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ସହ ଶିକ୍ଷା ଅଧିକାରୀ ଦେବକୀ ନାଏକ ପ୍ରମୁଖ ଯୋଗ ଦେଇ ଛାତ୍ରୀ ଛାତ୍ରଙ୍କୁ ଶିକ୍ଷା ଏବଂ ପ୍ରତିଭା ସମ୍ପର୍କରେ ଅଭିଭାଷଣ ମାଧ୍ୟମରେ ବୁଝାଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍କୁଲର ସହକାରୀ ଶିକ୍ଷକ କାହୁଁଚରଣ ଦାଶ ସ୍ବାଗତ ଭାଷଣ ଦେଇଥିବା ବେଳେ ସହକାରୀ ଶିକ୍ଷକ ଶ୍ୟାମସୁନ୍ଦର ଭୋଇ ବାର୍ଷିକୀ ବିବରଣୀ ପାଠ କରିଥିଲେ। ମଞ୍ଚ ପରିଚାଳନା ପ୍ରଧାନ ଶିକ୍ଷକ ଶ୍ରୀ ନାୟକ କରିଥିବା ବେଳେ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥଲେ। ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲ କୁ ଜମି ଦେଇଥିବା ସୁନ୍ଦରବତି ଦେହୁରୀ ଙ୍କୁ ଉପଢୌକନ ଓ ପୁଅ ଗୁଛ ଦେଇ ସମ୍ମାନିତ କରାଯାଇଥିଲା। ଏଥିରେ ବହୁ ଅବିଭାବକ ଅଭିଭାବକା ମାନେ ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜ୍ୟୋତି କିସାନ, ଦମୟନ୍ତୀ ବାଘ, ଆମ୍ଲେନ୍ ଟପନୋ, ଜୟମତି ବାଘ, ଦମୟନ୍ତୀ ପଧାନ, ଜୟମିନି ପଧାନ, ରାଜ କିଶୋର ଭୋଇ, ମୁରାରି ପଧାନ, ଅଜୟ ଭୋଇ, କିଶୋର ପଧାନ, ଯଜ୍ଞସିନି ପଧାନ, ମନୋରମା ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.