ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟର ଦିନିକିଆ କର୍ମଶାଳା ଅନୁଷ୍ଟିତ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ୧୨/୧୨/୨୦୨୩–  ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟର ମେଗା ଅଡିଟୋରିୟମରେ ” ପରିବର୍ତ୍ତିତ ଜଳବାୟୁ ପରିସ୍ଥିତିରେ କୃଷି ସ୍ଥିରତା ପାଇଁ ପ୍ରାକୃତିକ ଚାଷ” ସମ୍ପର୍କୀୟ ଦିନିକିଆ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି ।ଏହି କର୍ମଶାଳା ନୁଆଦିଲ୍ଲୀ ସ୍ଥିତ କେ ସି ଫାଉଣ୍ଡେସନ କୃଷି ଏବଂ ଗ୍ରାମୀଣ ବିକାଶ, ମେଘାଳୟର ଶିଲଙ୍ଗ ସ୍ଥିତ ଅନ୍ତର୍ଜାତୀୟ ଜୈବିକ କୃଷି ସଂଘ ଏବଂ ଜିଆଇଇ ଟି କୃଷି ମହାବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଶ୍ଵବିଦ୍ୟାଳୟର ସଭାପତି ଡ ସତ୍ୟ ପ୍ରକାଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ପ୍ରାକୃତିକ ଚାଷ ଉପରେ ଅଧିକ ରୁ ଅଧିକ ପ୍ରଶିକ୍ଷଣ ନେବା ପାଇ ପରାମର୍ଶ ଦେବା ସହ ଅଧ୍ୟୟନ ସାରିବା ପରେ ଗ୍ରାମାଞ୍ଚଳର ଚାଷୀ ମାନଙ୍କର ଜ୍ଞାନ କୌଶଳକୁ ଆପଣାଇବା ପାଇଁ କହିଥିଲେ । ମୁଖ୍ୟବ୍ୟକ୍ତା ଭାବେ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ବୈଜ୍ଞାନକ ଡ.ଉମାକାନ୍ତ ବେହେରା ଯୋଗ ଦେଇ ଭାରତ ସରକାର ପକ୍ଷରୁ ପ୍ରାକୃତିକ ଚାଷ ପ୍ରଣାଳୀ ପାଇଁ ବିଭିନ୍ନ ପ୍ରକାର ପରାମର୍ଶ ଓ ସୂଚନା କୃଷକ ମାନଙ୍କୁ ଦିଆଯାଉଥିବା କହିଥିଲେ।କୁଳପତି ଡ ଏ. ଭି ଏନ.ଏଲ.ଶର୍ମା ଯୋଗ ଦେଇ କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରାକୃତିକ କୃଷି କୁ ପ୍ରୟୋଗ ବିଷୟ କରିଥିଲେ।କୃଷି ମହାବିଦ୍ୟାଳୟ ଡିନ ପ୍ରଫେସର ସନ୍ତୋଷ କୁମାର ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଡ କୈଳାଶ ବିହାରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ସୁରଭିକା ପଣ୍ଡା ଓ ସୁଚରିତା ପଣ୍ଡା ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।

ଏହି କର୍ମଶାଳାରେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ସହ ନିର୍ଦେଶକ ଡ ଶାନ୍ତି କୁମାର ଶର୍ମା ଓ ରାଉରକେଲା ସ୍ଥିତ ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ଡ ଅରୁଣ କୁମାର ମିଶ୍ର ଆଭାସି ମାଧ୍ୟମରେ ଯୋଗଦେଇଥିବା ବେଳେ ଭଦ୍ରକ ସ୍ଥିତ କେ ସି ଫାଉଣ୍ଡେସନର ଅଧ୍ୟକ୍ଷ ଏ କେ ଗିରି, ରାୟଗଡ଼ା ସ୍ଥିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ କେ ପ୍ରଧାନ, ଗୁଣୁପୁର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ ସୁସ୍ମିତା ମହାନ୍ତି, ବୈଜ୍ଞାନିକ ନାରମ ରାମୁ, ସୁନ୍ଦରଗଡର ପ୍ରାକୃତିକ ଚାଷୀ ଅମୁଲ୍ୟ ପ୍ରତାପ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ, ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଡିନ ଡ ଏ ବି ଶ୍ରୀନିବାସ ରାଓ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜନିୟରିଂର ଡେପୁଟି ଡିନ ଡ ସଞ୍ଜୟ କୁମାର କୁଇଁର, ଆସିଷ୍ଟାଣ୍ଟ ଡିନ ଅଶୋକ କୁମାର ମିଶ୍ର,ଡ ମନୋରଞ୍ଜନ ମହାପାତ୍ର, ବିଭାଗର ପ୍ରଫେସର, ଅଧ୍ୟାପକ,ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ।ଏହି କର୍ମଶାଳାକୁ ଅନୁଷ୍ଠାନ ଅଧ୍ୟାପକ ଚିନ୍ତାମଣି ପଣ୍ଡା, ସୂର୍ୟ କାନ୍ତ ବେଉରା,ରିନି ସ୍ୱାଇଁ , କେ ରାଜା ବାବୁ,ଅନମୋଲ ଗିରି,କ୍ଷୀରୋଦ ଚନ୍ଦ୍ର ସାହୁ,ଅନମୋଲ ପଣ୍ଡା, ପ୍ରମୁଖ ପରିଚାଳନା କରିଥିଲେ।

 

Leave A Reply

Your email address will not be published.