ସୋଆ ହୋଟେଲ ମ୍ୟାନେଜମେଂଟ ଇନଷ୍ଟିଟ୍ୟୁଟ ଟାଇମ୍ସ ହସ୍ପିଟାଲିଟି ଆଇକନ୍ ସମ୍ମାନ

0 2

ଭୁବନେଶ୍ୱର , ୧୩ / ୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍)କୁ ଏଠାରେ ମଙ୍ଗଳବାର ଆୟୋଜିତ ଟାଇମସ ହସ୍ପିଟାଲିଟି ଆଇକନ୍ସ କାର୍ଯ୍ୟକ୍ରମରେ ଆଇକନିକ୍ ହସ୍ପିଟାଲିଟି ମ୍ୟାନେଜମେଂଟ ଇନଷ୍ଟିଟ୍ୟୁଟ ୨୦୨୩ ସମ୍ମାନ ପ୍ରଦାନ କରାଯାଇଛି ।
ଏସ୍ଏଚ୍ଏମ୍ ପକ୍ଷରୁ ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ବଲିଉଡ୍ ଅଭିନେତ୍ରୀ ସମୀତା ସେଟ୍ଟୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମରେ ବିଶିଷ୍ଟ ବାଲୁକାଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଡ଼ିଶା ରେସ୍ତୋରା ସଂଘର ଉପସଭାପତି ଶ୍ରୀ ସମୀର ହାଂସ ଓ ସ୍ୱସ୍ତି ଗ୍ରୁପ୍ ଅଫ୍ ହୋଟେଲ୍ସର ଉପସଭାପତି ଶ୍ରୀ ପି୍ରୟନାଥ ବେହେରାଙ୍କ ସହିତ ଏକ ଆଲୋଚନା ବେଳେ ପ୍ରଫେସର ଚଇନି ଓଡ଼ିଶାର ହସ୍ପିଟାଲିଟି ଶିଳ୍ପ କ୍ଷେତ୍ର ତଥା ଏସ୍ଏଚ୍ଏମ୍ ଭଳି ଶିକ୍ଷାନୁଷ୍ଠାନ ଏଥିରେ ଯୋଗଦାନ ବିଷୟରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.