ଓଡ଼ଗାଁ,୧୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ଅବସରରେ ସ୍ୱର୍ଣ୍ଣକଳସକ୍ଷେତ୍ର ଭାବେ ପରିଚିତ ଓଡ଼ଗାଁ ବିଜେ ପ୍ରଭୁ ରଘୁନାଥ ଜୀଉଙ୍କ ମନ୍ଦିରରେ ଦେବ ଦୀପାବଳୀ ନୀତି ପାଳିତ ହୋଇଯାଇଛି। ଏହି ଦିନମାନଙ୍କରେ ମହାପ୍ରଭୁ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ତର୍ପଣ କରୁଥିବାରୁ ଏହାକୁ ଦେବ ଦୀପାବଳି କୁହାଯାଏ।ମାନବୀୟ ମୂଲ୍ୟବୋଧକୁ ସମ୍ମାନ ଜଣାଇ ଆସିଥିବା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଆଜି ମାର୍ଗଶୀର ଅମାବାସ୍ୟା ତିଥିରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଅର୍ପଣ କରିଥିଲେ । ଏହି ପର୍ବ ଅବସରରେ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିରରେ ଦେବ ଦିପାବଳୀ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା । ୫ ଘଟିକା ୩୦ ମିନିଟରେ ସନ୍ଧ୍ୟା ଧୂପ ପରେ ୬ ଘଟିକା ସମୟରେ ୩ଟି ମହାଦୀପକୁ ପାଳିଆ ପଣ୍ଡା ଦ୍ବାରା ରନ୍ ବେଦିରେ ସ୍ବତନ୍ତ୍ର ଭାବରେ ସଂସ୍କାର କରାଯିବା ପରେ ଶ୍ରୀ ଜିଉଙ୍କ ପିତୃ ପୁରୁଷ ଓ ମାତୃଗଣଙ୍କ ଉଦ୍ଦେଶ୍ୟରେ ମନ୍ଦିର ଟହଲିଆଙ୍କ ଦ୍ବାରା ସେହି ଦୀପଗୁଡ଼ିକୁ ମନ୍ଦିର ସୁବର୍ଣ୍ଣ କଳଶ ଅଁଳା ବେଢାରେ ସ୍ଥାପନ କରିଥିଲେ। ଦେବଦୀପାବଳି ନୀତି ଅବସରରେ ଠାକୁରମାନେ ଶୁଭ୍ର ବସ୍ତ୍ର ପରିଧାନ କରିଥାନ୍ତି ।ଶ୍ରାଦ୍ଧବେଶରେ ବ୍ୟବହୃତ ହେଉଥିବା ବସ୍ତକୁ କାଈ ଧଡ଼ିଆ (ନାଗପୁରୀ) ଲୁଗା କୁହାଯାଏ।ମନ୍ଦିର ପରିଚ୍ଛା, ପାଳିଆ ପଣ୍ଡା, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଓ ପୁଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ରଙ୍କ ଉପସ୍ଥିତିରେ ଆଜିର ନୀତିକାନ୍ତି ଶୃଙ୍ଖଳିତ ଭାବରେ ସମ୍ପାଦିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post