ଗୋରୁ ବୋଝେଇ ଗାଡି ଜବତ,୩ ଗୋରୁ ଉଦ୍ଧାର,୨ ଗିରଫ

0 3

ଓଡ଼ଗାଁ,୧୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ସିଆରୀମାଳ ରାସ୍ତାରୁ ପୁଲିସ ଗୋଟିଏ ଗୋରୁ ବୋଝେଇ ଗାଡିକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।ଜବତ ଗାଡିରେ ୧ଟି ଗାଈ,୧ଟି ଗୋରୁ ଓ ଗୋଟିଏ ବାଛୁରୀ ଚାଲାଣ ହେଉଥିବା ଜଣାପଡିଛି।ପ୍ରକାଶ ଯେ,ସୋମବାର ସନ୍ଧ୍ୟା ସମୟରେ ପୁଲିସ୍ ପକ୍ଷରୁ ପାଟ୍ରୋଲିଂ ଜାରି ରହିଥିବାବେଳେ ଓଡ଼ି ୨୫ ଏଫ ୩୭୯୯ ନଂ ବିଶିଷ୍ଟ ମହିନ୍ଦ୍ରା ମାକ୍ସ ସୁପ୍ରୋ ଗାଡି ମାଧ୍ୟମରେ ଗୋ ଚାଲାଣ ହେଉଥିବା ଖବର ପାଇ ପୁଲିସ କର୍ମଚାରୀ ପିଛା କରି ସିଆରୀମାଳ ରାସ୍ତାରେ ଗାଡିକୁ ଅଟକାଇଥିଲେ।ଗାଡି ମଧ୍ୟରେ ଥିବା ୩ଟି ଗୋରୁଙ୍କୁ ଉଦ୍ଧାର କରିବା ସହ ଡ୍ରାଇଭର ଶିବଶଙ୍କର ସାହୁ ଓ ପ୍ରକାଶ ନାୟକକୁ ଗିରଫ କରିଥିଲେ।ଅନ୍ୟପକ୍ଷେ ପୁଲିସ ପକ୍ଷରୁ ୨୮୮/୨୩ରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚାଲିଥିବା ଜଣାପଡିଛି।

Leave A Reply

Your email address will not be published.