ଓଡ଼ଗାଁ, ୧୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଗ୍ରାମୀଣ ଡାକସେବକ ସଂଘ ମିଳିତ କ୍ରୀୟାନୁଷ୍ଠାନ କମିଟିର ଆହ୍ୱାନରେ ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ, ଜାତୀୟ ଗ୍ରାମୀଣ ଡାକସେବକ ସଂଘ,ଓଡିଶା ସର୍କଲ ପକ୍ଷରୁ ମହାସଂଗ୍ରାମ ଅଧିକାର ପାଇଁ ଡିସେମ୍ବର ୧୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ନୟାଗଡ଼ମଣ୍ଡଳ ଓଡ଼ଗାଁ,କୁରାଳ,ବାହାଡ଼ାଝୋଲା,ଶରଣକୁଳ ଉପଡାକଘର ଅଧୀନରେ କାର୍ଯ୍ୟରତ ଗ୍ରାମୀଣ ଡାକସେବକ କର୍ମଚାରୀମାନେ ୫ ଦଫା ପୂରଣ ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।ବିଶେଷ କରି ଗ୍ରାମୀଣ ଡାକସେବକଙ୍କ କାର୍ଯ୍ୟ ନିର୍ଘଣ୍ଟ ଦୈନିକ ୮ ଘଣ୍ଟା ସ୍ଥିର କରାଯିବା,ପ୍ରତି ୧୨ବର୍ଷରେ ଆର୍ଥିକ ପଦୋନ୍ନତି ଦେବା ସୁପାରିଶକୁ ଶୀଘ୍ର ଲାଗୁ କରାଯିବା,ସମସ୍ତ ଗ୍ରାମୀଣ ଡାକସେବକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯିବା, ଗ୍ରାମୀଣ ଡାକସେବକମାନଙ୍କୁ ପେନସନ ପ୍ରଦାନ ଏବଂ ଗ୍ରାଚ୍ୟୁଇଟି ଓ ସେଭେରାନ୍ସ ଆଲାଉନ୍ସ ପ୍ରଦାନ କରାଯିବା ଓ ଟାର୍ଗେଟ ନାଁରେ ଅଧିକାରୀମାନଙ୍କ ଜୁଲମ ବନ୍ଦ ହେବା ଦାବିରେ ଧର୍ମଘଟ ଆରମ୍ଭ କରିଥିଲେ।ସମସ୍ୟାର ସମାଧାନ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି।ଅନୁରୂପଭାବେ ଓଡ଼ଗାଁ ବ୍ଲକର ୨୮ଗୋଟି ଶାଖା ଡାକଘର ସମ୍ମୁଖରେ କର୍ମଚାରୀମାନେ ଧାରଣା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post